ଦିଲ୍ଲୀ ପୋଲିସର ମହାନତା: ପ୍ଲାଜମା ଦାନ କରି ୩୫୦ କୋଭିଡ୍ ରୋଗୀଙ୍କୁ ଦେଲେ ନୂଆ ଜୀବନ

ନୂଆଦିଲ୍ଲୀ: କର୍ତ୍ତବ୍ୟ କରିବା ସହ ରହିଛି ଦିଲ୍ଲୀ ପୋଲିସ ମାନବିକତା ବି ଦେଖାଇଛି । ପ୍ଲାଜ୍‌ମା ଦାନ କରି ସେମାନେ ୩୫୦ରୁ ଅଧିକ ଜୀବନ ରକ୍ଷା କରିଛନ୍ତି। ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଛନ୍ତି ହେଡ୍‌ କ‌େନଷ୍ଟବଳ କୃଷ୍ଣ‌ା କୁମାର। ବୟସ ୪୨ବର୍ଷ। ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ଦିଲ୍ଲୀର କପାଶେରା ସୀମା ପୋଲିସ ଷ୍ଟେସନରେ ନିୟୋଜିତ ଅଛନ୍ତି ସେ।  ‘‘ମୁଁ ପ୍ରାୟ ଏକ ମାସ ଧରି ଭେଣ୍ଟିଲିଟର୍‌ରେ ରହିଥିଲି ।କେହି ଭାବି ନଥିଲେ ମୁଁ ବଞ୍ଚିବି କିନ୍ତୁ ଭଗବାନଙ୍କ କୃପାରୁ ମୁଁ ନୂଆ ଜୀବନ ପାଇଥିଲି। ମୁଁ ସୁସ୍ଥ ହେବା ପରେ ଅନୁଭବ କଲି ଯେ ମୋ ପ୍ରିୟଜନଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିବି ।’’ ଏହା ହିଁ ତାଙ୍କୁ ଆବଶ୍ୟକ କରୁଥିବା ଲୋକଙ୍କୁ ପ୍ଲାଜ୍‌ମା ଦାନ କରିବାରେ ସାହାଯ୍ୟ କରିଛି ବୋଲି କୁମାର କହିଛନ୍ତି। ଯେ ସର୍ବାଧିକ ପାଞ୍ଚ ଥର ପ୍ଲାଜମା ଦାନ କରିଛନ୍ତି ଏବଂ  ୧୫ ଜଣଙ୍କ ଜୀବନ ରକ୍ଷା କରିଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ, ଜଣେ ବ୍ୟକ୍ତି ଦାନ କରିଥିବା ପ୍ଲାଜମା ତିନୋଟି ଜୀବନ ରକ୍ଷା କରିପାରିବ। ମେ ମାସରେ କୁମାର କୋଭିଡ଼ ପରୀକ୍ଷା କରିଥିଲେ। ପରେ ତାଙ୍କର ପଜିଟିଭ୍ ରିପୋର୍ଟ ଆସିଥିଲା। ତାଙ୍କର ପୂରା ପରିବାର ପତ୍ନୀ ଏବଂ ଦୁଇ ପିଲା ମଧ୍ୟ ସଂକ୍ରମିତ ହୋଇଥିଲେ। ସୁସ୍ଥ ହେବା ପରେ କୁମାର ତାଙ୍କ ପତ୍ନୀଙ୍କୁ ମଧ୍ୟ ପ୍ଲାଜମା ଦାନ କରିବାକୁ ପ୍ରେରଣା ଦେଇଥିଲେ। କୋଭିଡ ଯୋଦ୍ଧାମାନେ ମାରାତ୍ମକ ରୋଗକୁ ପରାସ୍ତ କରିବା ପରେ କୋଭିଡ-୧୯ ପୀଡିତଙ୍କ ଜୀବନ ରକ୍ଷା କରିବା ଲାଗି ଆଗେଇ ଆସିଛନ୍ତି। ସେମାନେ ସେମାନଙ୍କ ସହକର୍ମୀ, ପରିବାର, ବନ୍ଧୁ ଏବଂ ଏପରିକି ଦିଲ୍ଲୀ ତଥା ଉତ୍ତରପ୍ରଦେଶ ଏବଂ ହରିୟାଣାର ଅଜ୍ଞାତ ଲୋକଙ୍କୁ ପ୍ଲାଜମା ଦାନ କରିଛନ୍ତି।  ନଭେମ୍ବର ୨୩ ପର୍ଯ୍ୟନ୍ତ ସମୁଦାୟ ୩୨୩ ଦିଲ୍ଲୀ ପୋଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି। ସେଥି ମଧ୍ୟରୁ ୮୨ ଜଣ ସହକର୍ମୀଙ୍କ ପାଇଁ ୧୦୭ ଜଣ ପରିବାର ସଦସ୍ୟ ଓ ବନ୍ଧୁଙ୍କ ପାଇଁ ଏବଂ ୧୩୪ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ପାଇଁ ଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ