ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
ନୂଆଦିଲ୍ଲୀ: ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଜାରି ହେବା ସହିତ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥୀମାନେ ଜାନୁଆରୀ ୨୧ ତାରିଖ ପର୍ୟ୍ୟନ୍ତ ସେମାନଙ୍କର ମନୋନୟନପତ୍ର ଦାଖଲ କରିପାରିବେ ଏବଂ ଜାନୁଆରୀ ୨୨ରେ ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ। ଜାନୁଆରୀ ୨୪ ତାରିଖକୁ ମନୋନୟନପତ୍ର ପ୍ରତ୍ୟାହାରର ଶେଷଦିନ ଧାର୍ୟ୍ୟ କରାଯାଇଛି ।