ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ଜାରି ହେଲା ପ୍ରାର୍ଥୀ ତାଲିକା
ନୂଆଦିଲ୍ଲୀ:- ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ଜାରି ହେଲା ପ୍ରାର୍ଥୀ ତାଲିକା । ପ୍ରଥମ ପର୍ୟ୍ୟାୟରେ ୫୪ଟି ଆସନ ପାଇଁ ପାର୍ଥୀଙ୍କ ନାଁ ଘୋଷଣା କରିଛି । ଦିଲ୍ଲୀ ଚାନ୍ଦନୀ ଚୌକରୁ ଆମ ଆଦମୀ ପାର୍ଟିର ପୂର୍ବତନ ବିଧାୟିକାଙ୍କୁ ଏଥର ଟିକେଟ ଦେଇଛି କଂଗ୍ରେସ । ଏହି ଆସନରୁ ଗତ ବିଧାନସଭା ନିର୍ବାଚନରେ ଅଳକା ଲାମ୍ବା ଆପ୍ ପାଇଁ ପ୍ରତିଦ୍ୱନ୍ଦିତା କରିଥିଲେ । ତେବେ ପରେ ସେ ଆପ୍ ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ସେପଟେ ଏହି ଆସନରୁ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ପ୍ରହ୍ଲାଦ ସିଂହ ଓ ବିଜେପିର ସୁମନ କୁମାର ଗୁପ୍ତା ଅଳକାଙ୍କ ସହ ପ୍ରତିଦ୍ୱନ୍ଦିତା କରିବେ । ସେହିପରି ପୂର୍ବ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦ ସିଂହ ଲଭଲିଙ୍କୁ ଗାନ୍ଧୀନଗରୁ ଟିକେଟ ଦେଇଛି କଂଗ୍ରେସ । କାର୍ୟ୍ୟକାରୀ ଅଧ୍ୟକ୍ଷ ରାଜେଶ ଲିଲୋଠିଆଙ୍କୁ ମଙ୍ଗୋଲପୁରୀ, ପୂର୍ବତନ ମନ୍ତ୍ରୀ ହାରୁନ ୟୁସୁଫଙ୍କୁ ବଲ୍ଲିମାରନ, ପୂର୍ବ କେନ୍ଦ୍ର ମନ୍ତ୍ରୀ କୃଷ୍ଣା ତୀର୍ଥଙ୍କୁ ପଟେଲ ନଗର ଓ ଆଦର୍ଶ ଶାସ୍ତ୍ରୀଙ୍କୁ ଦ୍ୱାରକାରୁ କଂଗ୍ରେସ ପ୍ରାର୍ଥୀ କରିଛି । ଆଗାମୀ ଫେବୃଆରୀ ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ ।