ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଅରବିନ୍ଦ କେଜ୍ରିଓ୍ଵାଲ
ନୂଆଦିଲ୍ଲୀ :- ରବିବାର ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଅରବିନ୍ଦ କେଜ୍ରିଓ୍ଵାଲ । ଆଜି କେଜ୍ରିୱାଲଙ୍କ ସହିତ ୬ ଜଣ ମନ୍ତ୍ରୀ ଶପଥ ନେବେ । ଏମାନେ ହେଲେ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାଶ ଗହଲୋତ, ଇମ୍ରାନ ହୁସେନ ଓ ରାଜେନ୍ଦ୍ର ଗୌତମ । ଶପଥ ଗ୍ରହଣ ପାଇଁ ରାମଲୀଳା ମୈଦାନ ପ୍ରସ୍ତୁତ ହୋଇ ସାରିଛି। ସୂଚନାଯୋଗ୍ୟ, ପ୍ରଥମଥର କେଜରିୱାଲ ମାତ୍ର ୪୯ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଦ୍ୱିତୀୟଥର ପାଇଁ ସେ ପୂର୍ଣ୍ଣ ପାଞ୍ଚବର୍ଷ କ୍ଷମତାରେ ରହିଥିଲେ । ଏଥର ନିର୍ବାଚନରେ ତାଙ୍କ ନେତୃତ୍ୱରେ ପରିଚାଳିତ ଆମ୍ ଆଦ୍ମୀ ପାର୍ଟି ଚମତ୍କାର ଫଳାଫଳ ପ୍ରଦର୍ଶନ କରି ମୋଟ୍ ୭୦ଟି ଆସନରୁ ୬୨ଟିରେ ବିଜୟୀ ହୋଇଛି । ଏଥିପାଇଁ ଦିଲ୍ଲୀ ପୁଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୩୦୦୦ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ସକାଳ ୮ଟାରୁ ଦିନ ୨ଟା ପର୍ୟ୍ୟନ୍ତ ଯାତାୟତ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି କାର ପାର୍କିଂ ପାଇଁ ସ୍ବତନ୍ତ୍ର ବନ୍ଦୋବସ୍ତ କରାଯାଇଛି ।