ଦିଲ୍ଲୀ ରେ ବିଜେପି ର ବିଜୟ କୁ ନେଇ ଶେରଗଡ ରେ ବିଜୟ ଉତ୍ସବ

ଶେରଗଡ, (ଅନୀଲ କୁମାର ପଣ୍ଡା):ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ଭାରତ ର ରାଜଧାନୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବିପୁଳ ବିଜୟ ହାସଲ କରିଛି। ଦୀର୍ଘ ୨୭ ବର୍ଷ ପରେ କ୍ଷମତାକୁ ଫେରିଥିବା ହେତୁ ଦଳ ମଧ୍ୟରେ ଉତ୍କଣ୍ଠା ଦେଖା ଦେଈଛି। ଏହି ଅବକାଶ ରେ ଆଜି ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଶେରଗଡ ବ୍ଲକ ବିଜେପି ପକ୍ଷରୁ ଦିଲ୍ଲୀ ବିଧାନସଭା ବିଜୟ ରେ ଉତ୍ସବ ମନାଉଥିବା ଦେଖିବାକୁ ମିଳିଛି। ଆଜି ପ୍ରାତଃ ରୁ ଭୋଟ ଗଣତି ଆରମ୍ଭ ରୁ ବିଜେପି ଆପ ଉପରେ ଭାରି ରହିଥିଲା ଏବଂ ବିଜେପି ମହଲରେ ଖୁସି ଦେଖିବାକୁ ମିଳିଥିଲା। ସମ୍ପୂର୍ଣ୍ଣ ଫଳାଫଳ ଆସିବା ପରେ ସନ୍ଧ୍ୟାରେ ଶେରଗଡ ସ୍ଥିତ ଚାରି ଛକଠାରେ ବିଜେପି କର୍ମୀ ମାନେ ଏକତ୍ରିତ ହୋଇ ବାଣ ଫୁଟାଇ,ପରସ୍ପରକୁ ମିଠା ଖୁଆଇ ଅଭିନନ୍ଦନ ଜଣାଉଥିବା ଦେଖିବାକୁ ମିଳିଛି। ଏହି ବିଜୟ ଉତ୍ସବ ପାଳନ ବେଳେ କୁମାରପାଣି ସରପଞ୍ଚ ଉଦୟନାଥ ପ୍ରଧାନ, ଧବଳପୁର ମଣ୍ଡଳ ସଭାପତି ଜିତେନ୍ଦ୍ର ମହାରଣା,ଶେରଗଡ ମଣ୍ଡଳ ସଭାପତି ସଞ୍ଜୟ ଜେନା, ପୂର୍ବତନ ପିତ୍ତଳ ମଣ୍ଡଳ ସଭାପତି ନୟନି ମଲ୍ଲିକ, ଯୁବ ନେତା ସଞ୍ଜୟ ପ୍ରଧାନ, ଜୟଦେବ ଜେନା ଙ୍କ ସହିତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ