ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟକୁ ଉଡାଇଦେବାକୁ କଲରେ ଧମକ୍
ଦିନ ଦୟାଲ ଉପାଧ୍ୟାୟା (ଡିଡିୟୁ ) ବିଜେପି କାର୍ଯ୍ୟାଳୟକୁ ବୋମା ପକାଇ ଉଡାଇଦେବା ପାଇଁ ଶନିବାର ପ୍ରାୟ ୧୧ ଟା ସମୟରେ ବିଜେପି କାର୍ଯ୍ୟାଳୟକୁ ଧମକ ପୂର୍ଣ୍ଣ ଚିଠି ଆସିଥିବା ଡିସିପି ମନଦୀପ ସିଂହ ରନ୍ଧାବ କହିଛନ୍ତି । ବିଜେପି କାର୍ଯ୍ୟାଳୟକୁ ଧମକ ଆସିବା ପରେ ତୁରନ୍ତ ପୋଲିସ କୁ ଖବର ଦିଆଯାଇଥିଲା । ଏହି ଘଟଣା ପରେ ପୋଲିସ ଟିମ୍ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ । ଓ ସମସ୍ତ ସିସିଟିଭି କୁ ନଜରରେ ରଖିଥିଲେ । ସୁରକ୍ଷା ଦୃଷ୍ଟିର ୁବିଜେପି କାର୍ଯ୍ୟାଳୟରେ ୮୮ ଟି ସିସିଟିଭି କ୍ୟାମେରା ଲଗାଯାଇଥିବା ଜଣାପଡିଛି ।