ଦିଲ୍ଲୀ ହିଂସାକାଣ୍ଡ : ଗୁଳିଚାଳନାକାରୀ ଶାହରୁଖ୍ ଗିରଫ
ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡରେ ଗୁଳିଚାଳନାକାରୀ ଅଭିଯୁକ୍ତକୁ ଗିରଫ କରିଛି ଦିଲ୍ଲୀ ପୋଲିସ୍ । ଗୁଳି ଚାଳନାକାରୀ ଶାହରୁଖକୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଉତ୍ତର ପ୍ରଦେଶରୁ ଗିରଫ କରିଛି । ମଙ୍ଗଳବାର ଦିନ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପକ୍ଷରୁ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶାହରୁଖକୁ ଗିରଫ କରାଯିବା ସହିତ ତାର ପରିବାର ଲୋକଙ୍କୁ ଅଟକ ରଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀର ଜାଫରାବାଦରେ ଜାନୁୟାରୀ ୨୪ ତାରିଖରେ ଶାହରୁଖ ୮ ରାଉଣ୍ଡ ଗୁଳି ଚଳାଇଥିଲା । ଦିଲ୍ଲୀରେ ହିଂସାକାଣ୍ଡ ଘଟି ୪୭ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ୪୭ଟି ହତ୍ୟା ଅଭିଯୋଗର ତଦନ୍ତ କରି ଦିଲ୍ଲୀ ପୋଲିସ୍ ବର୍ତ୍ତମାନ ସୁଦ୍ଧା ୨୪ ଜଣଙ୍କୁ ଗିରଫ କରିଛି ।