ଦିଲ୍ଲୀ ହିଂସାକାଣ୍ଡ : ନିଲମ୍ବିତ ଆପ୍‌ ନେତା ତାହିର ହୁସେନ୍‌ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଆପ୍‌ ନେତା ତାହିର୍‌ ହୁସେନ୍‌ଙ୍କୁ ଦିଲ୍ଲୀ ପୋଲିସ୍‌ ଗିରଫ କରିଛି । ଆଇବି ଅଫିସର ଅଙ୍କିତ ଶର୍ମାଙ୍କୁ ହତ୍ୟା କରିବା ମାମଲାରେ ତାହିର ହୁସେନଙ୍କୁ ଗିରଫ କରାଯାଇଛି । ଗୁରୁବାର ଦିଲ୍ଳୀ ପୋଲିସ୍‌ ପକ୍ଷରୁ ହୁସେନ୍‌ଙ୍କୁ ଗିରଫ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ,ଉତ୍ତର ପୂର୍ବ ଦିଲ୍ଲୀରେ ହିଂସାକାଣ୍ଡ ଘଟି ୪୭ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଦିଲ୍ଲୀରେ ବର୍ତ୍ତମାନ ସ୍କୁଲ କଲେଜ ଗୁଡିକ ଖୋଲୁଛି ଏବଂ ଶାନ୍ତି ଫେରୁଛି ବୋଲି ଲ୍ୟୁଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ