ଦିଲ୍ଲୀ ହିଂସାକାଣ୍ଡ : ପୂର୍ବତନ କଂଗ୍ରେସ କାଉନ୍‌ସିଲର ଇସରତ୍‌ ଜହାଁ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ପାଇଁ ପୂର୍ବତନ କଂଗ୍ରେସ କାଉନ୍‌ସିଲର୍‌ ଇସରତ୍‌ ଜହାଁଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ହିଂସାକାଣ୍ଡ ସମୟରେ ଘୃଣା ଭରା ଭାଷଣ ଦେବା କାରଣରୁ ଏବଂ ହିଂସାକାଣ୍ଡକୁ ବଢାଇବାରେ ସହାୟତା କରିଥିବାରୁ ପୂର୍ବତନ କାଉନ୍‌ସିଲରଙ୍କୁ ଗିରଫ କରିବା ସହିତ ୧୪ ଦିନିଆ ରିମାଣ୍ଡରେ ପଠାଯାଇଛି । ଖୁରେଜୀ ଖାସ୍‌ର ପୂର୍ବତନ କାଉନ୍‌ସିଲର୍‌ ବିଗତ ଦୁଇ ମାସ ଧରି ସିଏଏ ବିରୋଧୀ ଆନ୍ଦୋଳନରେ ରାସ୍ତା ବନ୍ଦ କରିଥିଲେ । ଫେବୃୟାରୀ ୨୩ ତାରିଖ ରବିବାର ଦିନ ଘୃଣା ଭରା ଭାଷଣ ଦେଇଥିବାରୁ ଇସ୍‌ରତ୍‌ ଜହାଁଙ୍କୁ ଦିଲ୍ଲୀ ପୋଲିସ୍‌ ପକ୍ଷରୁ ଗିରଫ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ