ଦିଲ୍ଲୀ ହିଂସାକାଣ୍ଡ: ସହାୟତା ରାଶି ବୃଦ୍ଧି କରିଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ : ଦିଲ୍ଲୀରେ ହିଂସାକାଣ୍ଡ ଘଟି ୫୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ଶତାଧିକ ଘର ଏବଂ ସ୍କୁଲରେ ନିଆଁ ଲଗାଯାଇଥିବା ବେଳେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସହାୟତା ରାଶିରେ ବୃଦ୍ଧି ଘୋଷଣା କରାଯାଇଛି। ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ସହାୟତା ରାଶି ସମ୍ପର୍କରେ ଘୋଷଣା କରିଛନ୍ତି। ସମୁଦାୟ ୧୭ ଶହଟି କ୍ଷୟକ୍ଷତିର ଆବେଦନ ଦାଖଲ କରାଯାଇଛି। ପୂର୍ବରୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଘରପୋଡି ପାଇଁ ୨୫ ହଜାର ସହାୟତା ରାଶି ଘୋଷଣା କରିଥିବା ବେଳେ ଶୁକ୍ରବାର ସହାୟତା ରାଶିରେ ବୃଦ୍ଧି ଘଟାଇଛନ୍ତି। ଘରପୋଡି ପାଇଁ ସମୁଦାୟ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି ପୂର୍ବରୁ ସହାୟତା ରାଶି ୪ ଲକ୍ଷ ରହିଥିବା ବେଳେ ତନ୍ମଧ୍ୟରୁ ଘର ମାଲିକଙ୍କୁ ୩ ଲକ୍ଷ ଏବଂ ଭଡାଟିଆଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଥିଲା। ଏହା ସହିତ ସାମାନ୍ୟ ଭାବରେ ପୋଡି ଯାଇଥିବା ଘର ପାଇଁ ୨.୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ସେହିପରି ୧୦୦୦ରୁ କମ୍‌ ଛାତ୍ର ରହିଥିବା ସ୍କୁଲ୍‌କୁ ୫ ଲକ୍ଷ ଏବଂ ୧୦୦୦ରୁ ଅଧିକ ଛାତ୍ର ରହିଥିବା ସ୍କୁଲପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ