ଦିଲ୍ଲୀ ୭ ଦିନ ପଇଁ ସ‌ମ୍ପୂ‌ର୍ଣ୍ଣ ଲକଡାଉନ୍

ନୂଆଦିଲ୍ଲୀ, (‌ୱାଇଏନ୍‌ଏସ୍‌): ଦି‌ଲ୍ଲୀରେ ଆଜି ଦ୍ୱିତୀୟ ଦିନରେ ଚିହ୍ନଟ ହୋଇଛନ୍ତି ୨୫ ହଜାରରୁ ଅଧିକ ସଂକ୍ରମିତ । ଏହାପରେ କଟକଣାକୁ କଡ଼ାକଡ଼ି କରିଛନ୍ତି ଦିଲ୍ଲୀ ସରକାର । ଆଜି ରାତିରୁ ସପ୍ତାହେ ଦିଲ୍ଲୀ ଲକଡାଉନ ରହିବ । ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୫ଟା ଯାଏ ସ‌ମ୍ପୂ‌ର୍ଣ୍ଣ ଲକଡାଉନ୍ କଟକଣା ବଳବତ୍ତର ରହିବ । ଦିଲ୍ଲୀ ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କୋଭିଡ୍ ସ୍ଥିତି ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ହୋଇଛି । କର୍ଫ୍ୟୁ ବେଳ ଜାରି ରହିବ ଅତ୍ୟାବଶ୍ୟକ ସେବା । ଘରୋଇ ଅଫିସ କର୍ମଚାରୀ ଓ୍ୱାର୍କ ଫ୍ରମ୍ ହୋମ୍ କରିବେ । ପୂର୍ବରୁ ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଏପ୍ରିଲ ୩୦ ଯାଏ ସାପ୍ତାହନ୍ତ କର୍ଫ୍ୟୁ ବଳବତ୍ତର ରହିଛି । ସେହିପରି ରାତି ୧୦ଟାରୁ ସକାଳ ୫ଟା ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିଛି । ଏବେ ଦୈନିକ ସଂକ୍ରମଣ ଅଚାନକ ବଢ଼ିବା ପରେ ମୁକାବିଲା ଚିନ୍ତା ବି ବଢ଼ିଛି । ସେକେଣ୍ଡ ଓ୍ୱେଭରେ ଦିଲ୍ଲୀରେ ପଜିଟିଭ୍ ରେଟ୍ ୨୯.୭୪ ପ୍ରତିଶତ ବୃଦ୍ଧି ପାଇଛି । ଦିଲ୍ଲୀରେ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଏପରିକି ହସ୍ପିଟାଲରେ ଏବେ ଶହେରୁ କମ୍ ଆଇସିୟୁ ବେଡ୍ ଖାଲି ଥିବା ବେଳେ ଅକ୍ସିଜେନର ଅଭାବ ବି ଦେଖାଗଲାଣି । କରୋନା ମୁକାବିଲା ପାଇଁ କଠୋର କଟକଣା ଜାରି କରିଛନ୍ତି ଦିଲ୍ଲୀ ସରକାର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ