ଦିଶାଙ୍କୁ ଏକ ଘଣ୍ଟାରେ ମିଳିଲା ୪ ଲକ୍ଷ ଲାଇକ୍
ମୁମ୍ବାଇ : ସୋସିଆଲ୍ ମିଡିଆରେ ନିଜ ଫଟୋ ସେୟାର କରି ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀ। ଗୋଟିଏ ପରେ ଗୋଟିଏ ବୋଲ୍ଡ ଓ ସୁନ୍ଦର ଫଟୋ ଶେୟାର କରି ସେ ଦର୍ଶକଙ୍କୁ ବାନ୍ଧି ରଖିଥିବା କୁହାଯାଏ। ଏବେ ତାଙ୍କ ନୂଆବର୍ଷ ଛୁଟି କାଟିବା ସମୟର ଗୋଟିଏ ଫଟୋ ଚର୍ଚ୍ଚାରେ। ମାତ୍ର ଏକ ଘଣ୍ଟାରେ ଚାରି ଲକ୍ଷରୁ ଅଧିକ ଲୋକେ ଫଟୋଟିକୁ ଲାଇକ୍(ପସନ୍ଦ) କରିଥିବା ଦେଖାଯାଇଛି। ମନଷ୍ଟର(ରାକ୍ଷସ) ପୋଷାକରେ ବେଶ ସୁନ୍ଦର ଦିଶୁଥିବା ଅନେକେ କହୁଛନ୍ତି। ବର୍ତ୍ତମାନ ସେ ଫିଲ୍ମ ‘ମଲଙ୍ଗ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି।