ଦି କପିଲ ଶର୍ମା ଶୋ କୁ ଫେରିବେ ସିଦ୍ଧୁ
ଜମ୍ମୁ କଶ୍ମୀରର ପୁଲୱାମାରେ ଆତଙ୍କବାଦୀ ହମ୍ଲା ପରେ ଭାରତୀୟ କ୍ରିକେଟର୍ ତଥା ରାଜନେତା ନବଜୋତ୍ ସିଂ ସିଦ୍ଧୁଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏହା ପରେ ସେ ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଦି କପିଲ ଶର୍ମା ଶୋ’ରୁ ବାଦ୍ ପଡ଼ିଥିଲେ।କିନ୍ତୁ ଏବେ ଖବର ଆସୁଛି ଯେ ଶୋ’ର ପ୍ରଡ୍ୟୁସର ଅଭିନେତା ସଲମାନ୍ ଖାନ୍ ସିଦ୍ଧୁଙ୍କୁ ପୁଣି ଥରେ ଶୋ’କୁ ନେବାପାଇଁ ଚାହୁଁଛନ୍ତି।, ସୋନି ଟିଭି ଏବଂ ସଲମାନ ଏହି ମାମଲା ଥଣ୍ଡା ହେବାପାଇଁ ଅପେକ୍ଷା କରିଛନ୍ତି। ଏହା ପରେ ସେ ସିଦ୍ଧୁଙ୍କୁ ପୁଣିଥରେ ଶୋ’କୁ ଆଣିବେ।