‘ଦି କାଶ୍ମୀର ଫାଇଲ୍’ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବାକୁ କହିଲା ଛତିଶଗଡ଼ : ସେଣ୍ଟ୍ରାଲ୍ ଜିଏସ୍‌ଟି ଛାଡ଼ କରିବାକୁ ଦାବି

ନୂଆଦିଲ୍ଲୀ, (ୱାଇଏନ୍ଏସ୍) :କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ତିଆରି ହୋଇଥିବା ଫିଲ୍ମ ‘ଦି କାଶ୍ମୀର ଫାଇଲ୍‌’କୁ ନେଇ ରାଜନୈତିକ ସ୍ତରରେ ବି ଚର୍ଚ୍ଚା ଜୋର୍‌ ଧରିଛି। କେତେକ ବିଜେପି ଶାସିତ ରାଜ୍ୟରେ ଏହାକୁ ଟ୍ୟାକ୍ସ ଫ୍ରି କରାଯାଇଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା- ପ୍ରଥମ ଅଣବିଜେପି ରାଜ୍ୟ ଭାବେ ଛତିଶଗଡ଼ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବା ସପକ୍ଷରେ ମତ ଦେଇଛି। ପୂରା ଦେଶରେ ଏହାକୁ ଟ୍ୟାକ୍ସ ଫ୍ରି କରାଯାଉ ଓ ଫିଲ୍ମରେ କେନ୍ଦ୍ର ଜିଏସ୍‌ଟି ଛାଡ଼ କରାଯାଉ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପ୍ରଧାନମନ୍ତ୍ରୀ ନିକଟରେ ଦାବି କରିଛନ୍ତି । ଏହାଛଡ଼ା ଆଜି ସମସ୍ତ ମନ୍ତ୍ରୀ, ବିଧାୟକ ଓ ବିରୋଧୀଙ୍କ ସହ ବସି ସନ୍ଧ୍ୟ ୮ଟାରେ ଫିଲ୍ମ ଦେଖିବାକୁ ନିମନ୍ତ୍ରଣ ଦେଇଛନ୍ତି ବୋଲି ଭୁପେଶ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସମସ୍ତ ନେତା ମଧ୍ୟ ନିମନ୍ତ୍ରଣ ରକ୍ଷା କରି ସିନେମା ହଲ୍‌ରେ ପହଞ୍ଚି ଫିଲ୍ମ ଦେଖିଛନ୍ତି। ଯାହାର ଫଟୋ ମଧ୍ୟ ଶେୟାର କରିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ୍ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ