ଦୀନବନ୍ଧୁ ନାୟକଙ୍କ ‘ପାଦ ପ୍ରଦୀପ’ ପୁସ୍ତକ ଉନ୍ମୋଚନ ଉତ୍ସବ
ବ୍ୟାସନଗର, (ଯୁଗାବ୍ଦ ନ୍ୟୁଜ):ନାଟ୍ୟକାର ଦୀନବନ୍ଧୁ ନାୟକଙ୍କ ‘ପାଦ ପ୍ରଦୀପ’ ପୁସ୍ତକ ଉନ୍ମୋଚନ ଉତ୍ସବ ୧୫ ତାରିଖ ତରାପୁର ହିଙ୍ଗୁଳା ପୀଠରେ ବିଶିଷ୍ଟ ଶ୍ରମିକନେତା ମାୟାଧର ନାୟକଙ୍କ ଅ୍ମକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ପୁସ୍ତକକୁ ୯୦ ବର୍ଷୀୟ ଚନ୍ଦ୍ରମଣି ମଲ୍ଲିକ ଉଦ୍ଘାଟନ କରିଥିଲେ । ପୁସ୍ତକର ଲେଖକ ଦୀନବନ୍ଧୁ ନାୟକ ଗତ ୬ ଦଶନ୍ଧିର ଓଡିଶାରେ ବିଭିନ୍ନ ସ୍ଥାନରେ ଚାକିରୀ ଜୀବନରେ ନାଟକ ଲେଖିବା, ନିର୍ଦ୍ଦେଶନା ଦେବା, ନିଜେ ଅଭିନୟ କରିବା କାହାଣୀ ବଖାଣିଥିଲେ । ପଣ୍ଡିତ ଡ. ସୂର୍ଯ୍ୟମଣୀ ଖୁଣ୍ଟିଆ ମୁଖ୍ୟବକ୍ତା ଭାବେ ଯୋଗଦେଇ ନାଟକ ସଂପର୍କରେ ବିଭିନ୍ନ ଉଦାହରଣ ଦେଇଥିଲେ । ଶ୍ରୀ ଖୁଣ୍ଟିଆ ‘ପାଦ ପ୍ରଦୀପ’ ପୁସ୍ତକ ରଚୟିତାଙ୍କ ସଂପର୍କରେ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା କରିଥିଲେ । ସମ୍ମାନୀତ ବକ୍ତାଭାବେ ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ଦୁଷ୍ମନ୍ତ ନାୟକ, ପ୍ରଫେସର ସୁକାନ୍ତ ରାଉତ, ସାହିତ୍ୟିକ ବିନୋଦ ବିହାରୀ ସାହୁ ଏବଂ ଲେଖକଙ୍କ ପୁତୁରା ଆକାଶ ଦାସନାୟକ ପୁସ୍ତକ ସଂପର୍କରେ ବିଭିନ୍ନ ଦିଗରେ ଆଲୋଚନା କରିଥିଲେ । ଶେଷରେ ସବୁଠୁ ୯୫ ବର୍ଷ ବୟସ୍କ ଶିକ୍ଷାବିତ୍ ଭଗବାନ ରଥ, ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ସାହୁ, ସମାଜସେବୀ ପୁରୁଷୋତ୍ତମ ନାୟକ ଓ ବିନୋଦ ବିହାରୀ ଦାସ ପ୍ରମୁଖ ପାଖାପାଖି ୫୫ ଜଣଙ୍କୁ ଉତ୍ତରୀୟ ଓ ପୁସ୍ତକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।