ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପକ୍ଷରୁ ପୂର୍ବତନ ମନ୍ତ୍ରୀ ଭାଗବତବାବୁଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡା – ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପକ୍ଷରୁ ତା’ର ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୂର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ବିୟୋଗରେ ଶନିବାର ମହାବିଦ୍ୟାଳୟ ପରିସରରେ ଏକ ସ୍ମୃତିିସଭା ବରିଷ୍ଠ ଆଇନଜୀବି ଅକ୍ଷୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ସଭାରେ କେନ୍ଦ୍ରାପଡା ସାସଂଦ ଅନୁଭବ ମହାନ୍ତି, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଅଲେଖ କୁମାର ଜେନା, ଅବସରପ୍ରାପ୍ତ ଜିଲ୍ଲାଜର୍ଜ କୁଞ୍ଜବିହାରି ସ୍ୱାଇଁ, ଜୟନ୍ତ ମହାନ୍ତି, କେନ୍ଦ୍ରାପଡା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା, ଜିଲ୍ଲା ସ୍ୱାଧୀନତା ସଂଗ୍ରାମ ସମିତିର ସଭାପତି ନକୁଳ ଚରଣ ଦାସ, ଅଧ୍ୟାପକ ଅଜୟ କୁମାର ରାଉତ, ପୂର୍ବତନ ପୈାରାଧ୍ୟକ୍ଷ ମହମ୍ମଦ ଆକବର ଅଲ୍ଲୀ, ରାଜ୍ୟ କଂଗ୍ରେସ ଓବିସି ସେଲ ଉପାଧ୍ୟକ୍ଷ ଫକିର ଚରଣ ଖଟୁଆ, ଆଇନ କଲେଜର ପୂର୍ବତନ ଅଧ୍ୟକ୍ଷ ଡଃ.ଦେବେନ୍ଦ୍ର କୁମାର ମିଶ୍ର, ବରିଷ୍ଠ ସାମ୍ବାଦିକ ପରିକ୍ଷୀତ ପାତ୍ର, ପୂର୍ବତନ ପିପି ଭୀମସେନ ଭୂୟାଁ, ଦେବଦାସ ମହାନ୍ତି, ବରିଷ୍ଠ ଆଇନଜୀବି କୁଳମଣୀ ଦାସ, ଅଧିକାରୀ ପ୍ରଭାତ କୁମାର ଦାସ, ବିଚିତ୍ରାନନ୍ଦ ମହାନ୍ତି, ଉଷାରାଣୀ ମହାନ୍ତି, ସନ୍ତୋଷ କୁମାର ମହାନ୍ତି, ଧରଣୀଧର ସୂଆର, ପ୍ରଦୀପ କୁମାର ଦାଶ, ଗାୟକ ଗୋପବନ୍ଧୁ ନାଥ, ଭୋଳାନାଥ ବେହେରା, ଇଶ୍ୱର ଚନ୍ଦ୍ର ସାହୁ, ପୂର୍ବତନ ପ୍ରଶାସକ ନିରଞ୍ଜନ ସାହୁ, ଶିକ୍ଷାବୀତ ଦିବାକର ଜେନା, ଭଜକୃଷ୍ଣ ରାଉତ, ମହେନ୍ଦ୍ର ପରିଡା, ପ୍ରଶାନ୍ତ କୁମାର ମିଶ୍ର, ଗୋପାଳକୃଷ୍ଣ ଜେନା, ବିଚିତ୍ରାନନ୍ଦ ନାୟକ, ମୁକ୍ତାର ଖାଁ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ଉମାକାନ୍ତ ସାମନ୍ତରାୟ, କଲେଜ ଅଧ୍ୟକ୍ଷ ନରହରି ଲେଙ୍କା, କୃପାସିନ୍ଧୁ ସାହୁ, କଳିଙ୍ଗ କେଶରୀ ବେହେରା, ନିହାରରଞ୍ଜନ ସ୍ୱାଇଁ, କିଶୋର ପଧାନ, ଭୂବନ ମହାପାତ୍ର, ନରେନ୍ଦ୍ର ମହାନ୍ତି, ଦୁର୍ଯ୍ୟୋଧନ ଜେନା, ବିଧୁଭୂଷଣ ମହାପାତ୍ର, ବସନ୍ତ କୁମାର ସେଠୀ, ଅର୍ବାନ ବ୍ୟାଙ୍କର ସି.ଇ.ଓ.ସୁସିଲ କୁମାର ସାମଲ, କୃଷ୍ଣ ପ୍ରସାଦ ଦାସ, ବିଭ୍ରାଶୁଂ ଶେଖର ଲେଙ୍କା ପ୍ରମୁଖ ଯୋଗଦେଇ ସୂର୍ଗତ ମହାନ୍ତି ଏକାଧିକ କ୍ଷେତ୍ରରେ କାମକରି କାଳଜୟୀ ହୋଇଛନ୍ତି । ସେ ସମାଜସେବା, ଓକିଲାତି, ରାଜନେତା ଭାବେ ପ୍ରତିଷ୍ଠିତ ହୋଇଥିବା ବେଳେ ସେ ଜଣେ ବ୍ୟକ୍ତି ନୁହେଁ ଅନୁଷ୍ଠାନ ଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ନିର୍ଭିକତା,ସାଧୁତା,ସ୍ପଷ୍ଟବାଦିତା ତାଙ୍କର ବୈଶିଷ୍ଟ ଥିଲା । ରାଜନୀତିରେ ସେ ଥିଲେ ବିଦୁର । ସେ ନ୍ୟାୟୀ ଓ ବିଚାରବନ୍ତ ଥିଲେ । ସେ ଥରେ କଥା ଦେଲେ ସେଥିରୁ କେଭେ ଓହରିଯାଉନଥିଲେ । ତାଙ୍କ ରଚିତ ପୁସ୍ତକ ଗୁଡିକୁ ପଢିବା ନିମନ୍ତେ ପୂର୍ବତନ ମନ୍ତ୍ରୀ ଶ୍ରୀ ବେହେରା ସମସ୍ତଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ପୂର୍ବତନ ଜିଲ୍ଲାଜଜ ଶ୍ରୀ ସ୍ୱାଇଁ ସେହି ଆଇନ କଲେଜ ପରିସରରେ ଭାଗବତବାବୁଙ୍କ ନାମରେ ଏକ ଇଂଟିଗ୍ରେଟେଡ ଆଇନ କଲେଜ ପ୍ରତିଷ୍ଠା କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିବାକୁ କେନ୍ଦ୍ରାପଡା ସାସଂଦ ଶ୍ରୀ ମହାନ୍ତିଙ୍କ ସମେତ ଅନ୍ୟମାନଙ୍କୁ ନିବେଦନ କରିଥିଲେ ।