ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡାସ୍ଥିତ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟର ପରିଚାଳନା ପରିଷଦ ବୈଠକ ମହାବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଓଡିଶା ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦେଶକଙ୍କ ଦ୍ୱାରା ଅନୁମୋଦିତ ପରିଚାଳନା ପରିଷଦର ସଭାପତି ସୁଜିତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏବଂ ପରିଚାଳନା ପରିଷଦର ସମସ୍ତ ସଦସ୍ୟମାନଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ନରହରି ଲେଙ୍କା ସଭାପତି ଓ ସଭ୍ୟମାନଙ୍କୁ ସ୍ୱାଗତ କରିଥିଲେ । ବୈଠକର ପ୍ରାରମ୍ଭରେ କଲେଜର ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତି ଓ ପରିଚାଳନା ପରିଷଦର ପ୍ରାକ୍ତନ ସଦସ୍ୟ ସ୍ୱର୍ଗତ ବଟକୃଷ୍ଣ ପ୍ରଧାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ବୈଠକରେ ସଭ୍ୟ ପ୍ରଫେସର କୁଞ୍ଜ ବିହାରୀ ପଣ୍ଡା, ଧରଣୀଧର ସୁଆର, ଉଷାରାଣୀ ଦାସ, ଆରତୀ ମହାନ୍ତି, ସେକ ଅଜିମୁଦ୍ଦିନ, ବସନ୍ତ କୁମାର ସେଠୀ, ଶିକ୍ଷକ ପ୍ରତିନିଧି ଡଃ. ରବିନ୍ଦ୍ର କୁମାର ବଳ, ଅଣଶିକ୍ଷକ ପ୍ରତିନିଧି ନିହାରରଞ୍ଜନ ସ୍ୱାଇଁ ପ୍ରମୁଖ ଯୋଗଦେଇ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସଭାପତି ଶ୍ରୀ ମହାନ୍ତି ମହାବିଦ୍ୟାଳୟର ଉତ୍ତରୋତର ଉନ୍ନତି ନିମନ୍ତେ ସମସ୍ତଙ୍କ ସକ୍ରୀୟ ସହଯୋଗ କାମନା କରିଥିଲେ । ଶେଷରେ ଶିକ୍ଷକ ପ୍ରତିନିଧି ଡଃ. ବଳ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ