ଦୀନବନ୍ଧୁ ସାହୁ ଲ’ କଲେଜ ଆଲୁମିନି ଆସୋସିଏସନ ଗଠିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଦୀନବନ୍ଧୁ ସାହୁ ଲ’ କଲେଜ ଆଲୁମିନି ଆସୋସିଏସନର ପ୍ରଥମ ବୈଠକ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଲ’ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦୀନବନ୍ଧୁ ସାହୁ ଲ’ କଲେଜ ଅଧ୍ୟକ୍ଷ ଡକ୍ଟର ରବିନ୍ଦ୍ର କୁମାର ବଳଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପୁରାତନ ଛାତ୍ର ସଂସଦ ଗଠନର ରୂପରେଖ, କାର୍ଯ୍ୟପନ୍ଥା, କଲେଜ ବିକାଶରେ ଭୂମିକା ଏବଂ ଦେଶ ବିଦେଶରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ସଂଗଠନ ସହିତ ଯୋଡିବା ପ୍ରଭୃତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଏକାଠି କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଲ’ କଲେଜ ପରିଚାଳନା କମିଟି ସଭାପତି ସୁଜିତ୍ କୁମାର ମହାନ୍ତି, ଅବସରପ୍ରାପ୍ତ ଅଧ୍ୟାପକ ତଥା ଶିଶୁ ସୁରକ୍ଷା କମିଟି ସଭାପତି ଭଗବତୀ ପ୍ରସାଦ ଦାସ, ଡକ୍ଟର ଚିରଞ୍ଜିବୀ ପଣ୍ଡା, ପୁରାତନ ଛାତ୍ର ତଥା ବିଶିଷ୍ଟ ସମାଜସେବୀ ପ୍ରମୋଦ କୁମାର ସାହୁ, ହାଡିବନ୍ଧୁ ସିଂହ, ସୌମ୍ୟ ରଞ୍ଜନ ସ୍ୱାଇଁ, ଅମିତାଭ ଜୟ ପ୍ରକାଶ ଚୌଧୁରୀ, ମାତୃଦତ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଆସନ୍ତା ସେପ୍ଟେମ୍ବର ୨୫ତାରିଖରେ ହେବାକୁ ଥିବା ପରବର୍ତ୍ତୀ ବୈଠକରେ ପୁରାତନ ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ