‘ଦୀପକ କୁମାର ମେମୋରିଆଲ’ ଟୂର୍ଣାମେଣ୍ଟର ରାଇରଙ୍ଗପୁର କ୍ରିକେଟ କ୍ଲବ ଫାଇନାଲକୁ ଉନ୍ନିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ଓଡିଶା ପ୍ରଷିଦ୍ଧ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ମହୁଲଡିହା ଖେଳପଡିଆରେ ‘ଦୀପକ କୁମାର ମେମୋରିଆଲ’ ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣାମେଣ୍ଟର ଦିତୀୟ ସେମିଫାଇନାଲ ଖେଳ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଯାମସେଦପୁର ଲିଓ କ୍ରିକେଟ ଆକାଡେମୀ ସହିତ ରାଇରଙ୍ଗପୁର କ୍ରିକେଟ ଟିମ ମଧ୍ୟରେ ଖେଳ ହୋଇଥିଲା । ଏହି ଖେଳକୁ ମୟୂରଭଂଜ (୨) ଯୁବ ବିଜେଡି ଜିଲ୍ଲା ସଭପତି ଅଭିଷେକ ପଟ୍ଟନାୟକ ଫିତାକାଟି ଉଦଘାଟନ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଯାମସେଦପୁର ଟିମ ପ୍ରଥମେ ଟସ ଜିତି କରି ଫିଲଡିଂ ନିଷ୍ପତ୍ତି ନେଇଥିଲେ । ରାଇରଙ୍ଗପୁର ଟିମ ପ୍ରଥମ ପାଳିରେ ୫ ଉଇକେଟରେ ୧୬୦ ରନ କରିଥିଲେ ।ଅଭିଜ୍ଞାନ ମହାନ୍ତି ୮୦ ବଲରେ ୯୪ ରନ୍ କରିଥିଲେ । ଜାମସେଦପୁର ଟିମ୍ ୧୩ ଓଭରରେ ୭୧ ରନ କରି ଅଲ ଆଉଟ ହୋଇଥିଲେ । ରାଇରଙ୍ଗପୁରର ଘାତକ ବୋଲର ଋଷିଭ ୪ ଏବଂ ଅଭିଷେକ ୩ଉଇକେଟ ନେଇ ଜାମସେଦପୁର ଟିମକୁ ଧରାଶାୟୀ କରିଥିଲେ । ରବିବାର ଦିନ ଫାଇନାଲ ଖେଳ ବାରିପଦା ଡିଆରକେ ଟିମ ସହିତ ରାଇରଙ୍ଗପୁର ଟିମ ସହ ଅନୁଷ୍ଠିତ ହେବ । ଫାଇନାଲ ଖେଳରେ ମୁଖ୍ୟ ଆକର୍ଷଣ ଭାବେ ରାଜ୍ୟ ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସହ ଟେଲି କଳାକାର ସୁମନ ପଟନାୟକ ଯୋଗ ଦେବେ ବୋଲି ଖେଳ କମିଟି ସୂଚନା ଦେଇଛନ୍ତି । ଖେଳକୁ ଆଶିଷ, ପଞ୍ଚୁ, ବାବୁଲା, ଗୁଲଠୁ, ପପି, ଛୋଟରାୟ, ଉକୁଲ, ସାଉନା, ଅମୁ, ମୁନା, ମନୋଜ, ଚନ୍ଦନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।ଆସନ୍ତାକାଲିର ଫାଇନାଲ ଖେଳରେ ବହୁ ସଂଖ୍ୟାରେ କ୍ରିକେଟ ପ୍ରେମୀ, ବାମନଘାଟୀ ଉପଖଣ୍ଡବାସୀ ଉପସ୍ଥିତ ରହି ଖେଳକୁ ଉପଭୋଗ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିବାପାଇଁ କମିଟି ତରଫରୁ ନିବେଦନ କରାଯାଇଛି ।