ଦୀପରୁ ନିଆଁ ଲାଗି ଅଗ୍ନିକାଣ୍ଡ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଥାନା ଅନ୍ତର୍ଗତ ରେଡ଼ିକା ସାହି ଛକ ନିକଟ ଏକ ଘରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା l ଉକ୍ତ ଘରେ ଦୀପ ଲଗାଇ ପରିବାର ଲୋକେ କୁଆଡେ ଯାଇଥିବା ବେଳେ ଦୀପରୁ ନିଆଁ ଲାଗି ହୁତୁ ହୁତୁ ହୋଇ ନିଆଁ ଲାଗିଥିଲା l ସ୍ଥାନୀୟ ବାସିନ୍ଦା ମାନେ ଏହା ଦେଖି ଦମକଳ ବାହିନୀକୁ ଖବର ଦେଇଥିଲେ l ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ କରିଵା ସହିତ ଘଟଣା ତଦନ୍ତ ଚଳାଇଛନ୍ତି l


