ଦୀପାବଳି ପୂର୍ବରୁ ପିତୃପୁରୁଷଙ୍କ ସ୍ମୃତିରେ ମଶାଣୀ ସଫେଇ

ଛତ୍ରପୁର, (ଦେବଦତ୍ତ ମହାରଣା):ଜାତସ୍ୟ ମୃତ୍ୟୁ ଧ୍ରୁବ ସତ୍ୟ। ତେଣୁ କାହାର ବି ମୃତ୍ୟୁ ଘଟିଲେ, ସେହି ସମୟରେ ସମସ୍ତେ ସେହି ଗାଁ ମଶାଣୀକୁ ହିଁ ମନେ ପକାଇଥାନ୍ତି। ଏହି ମଶାଣି କେତେବେଳେ କେମିତି ପରିଷ୍କାର ରହିଥାଏ । ନଚେତ ଅଧିକାଂଶ ସମୟରେ ଏହା ଅପରିଷ୍କାର ତଥା ଅନାବନା ଗଛଲତାରେ ପରିପୂର୍ଣ୍ଣ ହୋଇ ରହିଥାଏ। ଦୀପାବଳିର ପୂର୍ବରୁ ଏହିପରି ଏକ ମଶାଣୀକୁ ପରିଷ୍କାର କରିବାକୁ ସ୍ଥିର କରିଥିଲେ ଛତ୍ରପୁରର ଯୁବ ସମାଜସେବୀ ଏନ ଗିରିଧାରୀ ରାଓ ଓ ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର। ଏଥି ନିମନ୍ତେ ପାଲିଆ ଛତ୍ରପୁର ସ୍ଥିତ ମଶାଣି ଚୟନ କରାଯାଇଥିଲା ଓ ଶନିବାର ସକାଳ ୭.୩୦ମିନିଟରୁ ମଶାଣି ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଦିନ ୧୦ଘଟିକା ପର୍ଯ୍ୟନ୍ତ ଚାଲିଥିଲା। ଏହି କ୍ରମରେ ପ୍ରଥମେ ମଶାଣି ପରିସର ଝାଡୁ ମରାଯିବା ସହ ପରବର୍ତ୍ତୀ ମୁହୂର୍ତ୍ତରେ ମଶାଣି ମଧ୍ୟରେ ଥିବା ଅନାବନା ଗଛଲତା ସଫା କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ବଳିଆ ବେହେରା, ଏସ ରାମକୃଷ୍ଣ ରେଡ୍ଡୀ, ଚିନା ରେଡ୍ଡୀ, ଓକିଲ ସୁଧାଂଶୁ ବେହେରା, ଟୁଟୁ ନାୟକ, ମାଧବ ସାସମଲ ପ୍ରମୁଖ ଯୋଗ ଦେଇଥିଲେ। ସର୍ବ ଶେଷରେ ସେଠାରେ ଉପସ୍ଥିତ ଥିବା ଯୁବବର୍ଗଙ୍କୁ କ୍ୟାଡ଼ର ଏପିପି ଶ୍ରୀ ମିଶ୍ର ଧନ୍ୟବାଦ ଦେବା ସହ ଏହିପରି ଜନ ହିତକର କାର୍ଯ୍ୟ ଜାରି ରଖିବାକୁ କହିଥିଲେ ତଥା ନିକଟ ଭବିଷ୍ୟତରେ ଅନ୍ୟ ସ୍ମଶାନ ପରିଷ୍କାର କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମତ ଦେଇଥିଲେ। ସୂଚନାଯୋଗ୍ୟ ଯେ, ଏହି ମଶାଣିରେ ଯଥେଷ୍ଟ ଆଲୋକ ଅଭାବ ରହୁଥିବାରୁ ତଥା ଏଠାରେ ଜଳର ସୁଚାରୁ ବ୍ୟବସ୍ଥା ନଥିବାରୁ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ