ଦୀପିକାଙ୍କ ସମ୍ମତି

ନିର୍ଦ୍ଦେଶକ ଲଭ୍ ରଞ୍ଜନଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ରରେ ଦୀପିକା ପାଦୁକୋନ ମୁଖ୍ୟ ଭୂମିକାରେ ଦେଖାଦେବେ । ଏଥିରେ ତାଙ୍କ ସହ ଅଜୟ ଦେବଗନ ଓ ରଣବୀର କପୁର ମଧ୍ୟ କାମ କରୁଛନ୍ତି । ରଣବୀର-ଦୀପିକାଙ୍କ ଶେଷଥର ୨୦୧୫ ‘ତମାଶା’ ଚଳଚ୍ଚିତ୍ରରେ ଏକତ୍ର କାମ କରିଥିଲେ । ଦୁହିଁଙ୍କ ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରୁଥିବା ବେଳେ ସେମାନେ ମଧ୍ୟ ଖୁବ୍ ଉତ୍ସାହିତ ଥିବାର କହିଛନ୍ତି । ଏ ବାବଦରେ ଦୀପିକା କହିଛନ୍ତି ପ୍ରଯୋଜନା ସଂସ୍ଥା ତାଙ୍କୁ ପ୍ରଥମେ ପଚାରିଥିଲେ ସେ ରଣବୀର କପୁରଙ୍କ ସହ କାମ କରିବାରେ କୌଣସି ଅସୁବିଧା ନାହିଁ ତ? ଦୀପିକା କହିଥିଲେ ସେ ଦୁହେଁ ଉତ୍ତମ ବନ୍ଧୁ । ଏହା ସହ ଏକାଠି ସେମାନେ କେତୋଟି ବିଜ୍ଞାପନରେ ମଧ୍ୟ କାମ କରିସାରିଲେଣି । ଏଣୁ ଅସୁବିଧା କିଛି ନାହିଁ । ଅନ୍ୟ ପକ୍ଷେ ଅଜୟ ଦେବଗନଙ୍କ ସହ ଦୀପିକା ପ୍ରଥମ ଥର କାମ କରିବେ । ରଣବୀର କିନ୍ତୁ ଏହା ପୂର୍ବରୁ ‘ରାଜନୀତି’ ଚଳଚ୍ଚିତ୍ରରେ ଅଜୟଙ୍କ ସହ କାମ କରିସାରିଛନ୍ତି । ଏଇ ପ୍ରୋଜେକ୍ଟର ଆରମ୍ଭ ଆସନ୍ତା ବର୍ଷ କରାଯିବ ବୋଲି ଜଣାପଡ଼ିଛି । ନିର୍ଦ୍ଦେଶକ ଲଭ୍ ଏକ ବିବାଦରେ ଛନ୍ଦି ହୋଇଥିବାରୁ ଚଳଚ୍ଚିତ୍ରର ସୁଟିଂ କାମ ବିଳମ୍ବରେ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ