ଦୀପ ଜାଳି ଉତ୍ସାହିତ କଲେ ବେଲଗୁଣ୍ଠା ଅଞ୍ଚଳ ବାସୀ
ବେଲଗୁଣ୍ଠା:କରୋନା କବଳରେ କବଳିତ ସମଗ୍ର ବିଶ୍ୱ ।ସମଗ୍ର ବିଶ୍ୱ ସାର୍ବଭୌମତ୍ୱ ଦେଶ ଭାବେ ପରିଚିତ ଆମ ଭାରତ ।କରୋନା ପ୍ରଭାବର ଭାରତ ମଧ୍ୟ ପ୍ରଭାବିତ ।ଭାରତରେ କରୋନା ରଖି ରୋଗୀ ଙ୍କ ସଂଖ୍ୟା ପ୍ରାୟ ୩୫୦୦।ଏହି ଜାତୀୟ ବିପତ୍ତି ସମୟରେ ଭାରତୀୟ ଙ୍କ ଅଖଣ୍ଡ ଏକତାକୁ ବଜାୟ ରଖିବା ପାଇଁ କରୋନା ରୋଗୀଙ୍କ ମନୋବଳ ଦୃଢ଼ କରିବା, କରୋନା ବିପକ୍ଷରେ ଲୋକଙ୍କ ପାଇଁ ଲଢ଼ୁଥିବା ଲୋକଙ୍କ ପାଇଁ ପୋଲିସ ବାହିନୀ,ଡାକ୍ତର, ପ୍ରଶାସନ, ନର୍ସ, ପ୍ରତ୍ୟେକ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ପୌର କର୍ମଚାରୀ, ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏପ୍ରିଲ ୫ ତାରିଖ ରାତି ୯ ରୁ ୯.୦୯ ପର୍ଯ୍ୟନ୍ତ ସାମାଜିକ ଦୁରତ୍ୱ ବଜାୟ ରଖି ନିଜ ଘର ଦ୍ୱାର ମୁହଁରେ, ବାଲକୋନୀରେ, ଘର ଭିତରେ ଦୀପ,ମହମ ବତୀ ,ଟର୍ଚ୍ଚ , ମୋବାଇଲ ଫ୍ଲାସ୍ ଲାଇଟ ଦ୍ବାରା ଆଲୋକିତ କରିବା ପାଇଁ ଆହ୍ୱାନ ଦେଇଥିଲେ ।ଏହି ଅବସରରେ ବେଲଗୁଣ୍ଠା ଅଞ୍ଚଳବାସୀ ମଧ୍ୟ ଦୀପ ଜଳାଇ ଏକତାର ବାର୍ତ୍ତା ପ୍ରଦାନ କରିଥିଲେ ।ସହରର ସମସ୍ତ ସାହି ବାସିନ୍ଦା ନିଜ ନିଜ ଘରର ସମସ୍ତ ଲାଇଟ୍ ବନ୍ଦ କରି ଦ୍ୱାର ମୁହଁରେ, ଛାତ ଉପରେ ,ନିଜ ଠାକୁର ଘରେ ଦୀପ,ଟର୍ଚ୍ଚ ଲାଇଟ,ମୋବାଇଲ ଫ୍ଲାସ୍ ଲାଇଟ୍ ଲଗାଇ କରୋନା ଯୋଦ୍ଧା ଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ମନୋବଳ ଦୃଢ଼ କରିଥିଲେ ।କେହି କେହି ରାସ୍ତା ଉପରେ ଦୀପରେ ଓମ୍ ତିଆରି କରି ନିଜ ଦ୍ୱାର ମୁହଁରେ ପରିବାର ସହ ବସି କରୋନା ମହାମାରୀ ଦୂର କରିବା ପାଇଁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା ।ଲାଗୁଥିଲା ଯେମିତି ସମସ୍ତେ ଏକ ହୋଇ କରୋନା ବିରୋଧରେ ଲଢ଼େଇ କରିବା ପାଇଁ ପ୍ରସ୍ତୁତ ।ସେହିପରି ବେଲଗୁଣ୍ଠା ବ୍ଲକ ର ଗାଙ୍ଗପୁର, ଗୋବରା, କ୍ଷତ୍ରିୟ ବରପୁର, ପାଇଲିପଡା,କଣ୍ଟେଇପଲ୍ଲି, ବଡବୋରସିଂ ପ୍ରଭୃତି ସ୍ଥାନରେ ଲୋକେ ୯ ମିନିଟ ଦୀପ,ଟର୍ଚ୍ଚ, ମୋବାଇଲ ଲାଇଟ୍ ଦ୍ୱାରା ଏକତାର ବାର୍ତ୍ତା ଦେଇ ଉତ୍ସାହିତ କରିଥିବା ଲକ୍ଷ୍ୟ କରାଯାଇଥିଲା ।


