ଦୀପ, ମହମବତୀ, ଟର୍ଚ୍ଚଲାଇଟ, ମୋବାଇଲ ଫ୍ଲାସ ଲାଇଟ ଜଳାଇ ଓ ବାଣଫୁଟାଇ ଉଚ୍ଛାହିତକଲେ
ବ୍ରହ୍ମପୁର (ଓ୍ବାଇଏନ୍ଏସ୍) : ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବେଦନକୁ ରକ୍ଷା କରି ବ୍ରହ୍ମପୁର ସମେତ ପୁରା ଗଞ୍ଜାମ ଜିଲ୍ଲା ବାସି ରବିବାର ରାତି ୯ ଘଣ୍ଟ ସମୟ ରୁ ୯ ଟା ୯ମିନଟ ସମୟ ପର୍ଯ୍ୟନ୍ତ ଘରର ସମସ୍ତ ଲାଇଟ ବନ୍ଦ କରିବା ସହ ବାଲକୋନୀରେ ଦୀପ, ମହମବତୀ, ଟର୍ଚ୍ଚ ଲାଇଟ, ମୋବାଇଲ ଫ୍ଲାସ ଲାଇଟ ଜଳାଇ ବା ସହ ବାଣ ଫୁଟାଇ ଦେଶରେ କାର୍ଯ୍ୟ କରୁଥିବା ସମସ୍ତ ଡାକ୍ତର, ନର୍ସ. ପାରା ମେଡିକାଲ କର୍ମଚାରୀ, ପୁଲିସ କର୍ମଚାରୀ, ପ୍ରଶାସନ ଅଧିକାରୀ ଙ୍କ ସମେତ କରୋନା ଜୀବାଣୁ କୁ ପ୍ରତିହତ କରିବାରେ କାର୍ଜ୍ୟ କରଥିବା ସମସ୍ତଙ୍କୁ ଉଚ୍ଛାହିତ କରିଥିଲେ, ଏହି ପରି କରି ଦେଶ ବାସି ଅବାଳ ବୃଦ୍ଧବନିତା ନିଜର ଏକତା ଦେଖାଇ ବା ସହ କରୋନାକୁ ହରାଇବା ପାଇଁ ଶପଥ ନେଉଥିବା ଦେଖିବାକୁ ମିଳିଥିଲା.


