ଦୀର୍ଘଦିନର ଦାବୀ ପୂରଣ ହେଲା, ହଳଦୀପଦାରେ ବାରିପଦା ବାଙ୍ଗିରିପୋଷି ଏକ୍ସପ୍ରେସ ଅଟକିଲା

ବାଲେଶ୍ୱର, (ସରୋଜ ପଣ୍ଡା) : ଆଜି ବହୁ ପ୍ରତୀକ୍ଷିତ ବାରିପଦା ବାଙ୍ଗିରିପୋଷି ସୁରଫାଷ୍ଟ ଏକ୍ସପ୍ରେସ ହଳଦୀପଦା ଷ୍ଟେସନରେ ଅଟକିଛି । ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବୀ ଆଜି ପୂରଣ ହେଲା । ଏହି ଅବସରରେ ଆଜି ସକାଳ ୦୬.୩୮ରେ ମାନ୍ୟବର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସଦର ନେତା ମାନସ କୁମାର ଦତ୍ତଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ, ରେଳ ଅଧିକାରୀ ହଳଦୀପଦା ଷ୍ଟେସନରେ ଉପସ୍ଥିତ ରହି ଫ୍ଲାଗ ଅଫ୍ କରିଥିଲେ । ସୂଚନାଯୋଗ୍ୟଯେ ପୂର୍ବରୁ ବାରିପଦା ଏକ୍ସପ୍ରେସ ହଳଦୀପଦା ଷ୍ଟେସନରେ ଅଟକୁଥିଲା ମାତ୍ର କରୋନା କାଳରେ ଏହାର ନିୟମ ପରିବର୍ତ୍ତନ ହେବା ଦ୍ୱାରା ସାଧାରଣ ଲୋକଙ୍କ ଯାତାୟତରେ ବହୁ ସମସ୍ୟା ଉପୁଜିଥିଲା । ତେବେ ବିଜେପି ସଦର ନେତା ମାନସ କୁମାର ଦତ୍ତ ଟ୍ରେନର ରହଣି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ସମସ୍ୟାର ସମାଧାନ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରୀ ଦତ୍ତଙ୍କ ଉକ୍ତ ପତ୍ରକୁ ସୁପାରିଶ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବାଲେଶ୍ୱରର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଥିଲେ । କିଛିଦିନ ପୂର୍ବରୁ ଶ୍ରୀ ଦତ୍ତଙ୍କ ଚିଠିର ଉତ୍ତର ରେଳମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିଲା । ଉକ୍ତ ଟ୍ରେନର ହଳଦୀପଦାରେ ରହଣି ହେତୁ ପାଖାପାଖି ୧୧ ଗୋଟି ପଞ୍ଚାୟତର ୧୦ ହଜାରରୁ ଉର୍ଦ୍ଧ୍ୱ ଜନତା ଉପକୃତ ହେବେ ବୋଲି ସଦର ନେତା ମାନସ କୁମାର ଦତ୍ତ ମତପ୍ରକାଶ କରିଛନ୍ତି । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏଥିପାଇଁ ଶ୍ରୀ ଦତ୍ତ ସାଧାରଣ ଲୋକଙ୍କ ତରଫରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବାଲେଶ୍ୱରର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ସମେତ ହଳଦୀପଦା ପ୍ରଗତିମଞ୍ଚକୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ପୂର୍ବତନ ବିଧାୟକ ଗୋବିନ୍ଦ ଦାସ ଓ ଜୀବନ ପ୍ରଦୀପ ଦାଶ, ଗୌରାଙ୍ଗ ଦାସ, ଅନନ୍ତ ନାୟକ, ରାଧାକୃଷ୍ଣ ଜେନା, ରବି ମହାନ୍ତି, କାର୍ତ୍ତିକ ପ୍ରଧାନ, ବିଜୟ ସାହୁ, ନିରଞ୍ଜନ ଜେନା, ସଦାଶିବ ଜେନା, ନରେନ୍ଦ୍ର ବର, କିଶୋର ସାହୁ, ଚୈତନ୍ୟ ସାହୁ, ସଞ୍ଜୟ ସାହୁ, ହରେକୃଷ୍ଣ ଜେନା, କାର୍ତ୍ତିକ ବେହେରା, ଶଶିକାନ୍ତ ମିଶ୍ର, ନିରଞ୍ଜନ ବାରିକ, ଦୀନବନ୍ଧୁ ଦାସ, ସୁଧାକର ବାରିକ, ଅନନ୍ତ ନାରାୟଣ ନାୟକ, କାଶୀନାଥ ଦାସ, ସଞ୍ଜୟ ପ୍ରଧାନ, ଜୟରାମ ପାତ୍ର ସହ ହଳଦୀପଦା ପ୍ରଗତିମଞ୍ଚର ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ