ଦୀର୍ଘ ଦଶନ୍ଧି ଧରି ବିକାଶ ଅପହଞ୍ଚ, ଲକ୍‌ଡାଉନ ଯନ୍ତ୍ରଣାରେ ଛଟପଟ ଆଦିମ ଜନଜାତି କୁଟିଆ କନ୍ଧ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ବିକାଶ ବାଟବଣା ଏବେ ଲକଡାଉନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଆଦିମ ଜନଜାତି କୁଟିଆ କନ୍ଧ ରହୁଥିବା ପଲମ, ବଲମ, କଦମ ଓ ନୀଳିଙ୍ଗ ପଦର ଏହି ୪ ଟି ଗ୍ରାମର ପ୍ରାୟ ୧୦୦ପରିବାର। ନା ଏଠି ପଂହଁଚିଛି ରାସ୍ତା, ଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ନା ପଂହଁଚିଛି ବିଦ୍ୟୁତ ସେବା। ସ୍ୱାସ୍ଥ୍ୟ କଥା କିଏ ପଚାରେ। ବିଦ୍ୟାଳୟ ଅଛି କିନ୍ତୁ କାଗଜ କଲମରେ ଚାଲୁଛି। ତୁମୁଡିବନ୍ଧ ବ୍ଲକ ସଦର ମହକୁମାରୁ ପ୍ରାୟ ୭ ରୁ ୮ କିଲୋମିଟର ଦୂର ଗ୍ରାମ ଗୁଡିକ ତୁମୁଡିବନ୍ଧ ପଞ୍ଚାୟତରେ ରହିଛି କିନ୍ତୁ ଦୀର୍ଘ ଦଶନ୍ଧି ହେଲା ବିକାଶ ପଂହଁଚି ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶ ଓ ଜନ ସଚେତନତାକୁ କିଏ ବା ପଚାରେ। କେବଳ ନିର୍ବାଚନ ଆସିଲେ ନେତାମାନେ ଭୁଆଁ ବୁଲାଇ ଭୋଟ ନିଅନ୍ତି ତା ପରେ ଆଉ କିଏ ପଚାରେ।ସାରା ବିଶ୍ୱ ଏବେ କରୋନା ମହାମାରୀରେ ଆତଙ୍କିତ ରହିଥିବା ବେଳେ ଭାରତରେ ଦିନକୁ ଦିନ ତାର କାୟା ବିସ୍ତାର ହେବାରେ ଲାଗିଛି। ଏଥିପାଇଁ ସରକାରଙ୍କ ଏହାକୁ ପ୍ରତିହିତ କରିବା ପାଇଁ ଦିନ ରାତି ଏକ କରିଦେଇଛନ୍ତି। ସାରା ଭାରତକୁ ୨୧ଦିନ ଲକଡାଉନ ଘୋଷଣା କରିଥିବା ବେଳେ ପୁଣି ମେ ୩ ପର୍ଯ୍ୟନ୍ତ ଲକଡାଉନକୁ ବଢ଼ାଇ ଦେଇଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସ୍ୱଚ୍ଛାସେବୀ ଓ ସାଧାରଣ ଲୋକ ସମସ୍ତେ ଏହି ମହାମାରୀ ଯୁଦ୍ଧକୁ ଜୟ କରିବା ପାଇଁ ଲାଗି ପଡିଛନ୍ତି। କିନ୍ତୁ ଏହି ୪ ଗ୍ରାମ କଥା କେହିବି ଚିନ୍ତା କରିନାହାନ୍ତି। ସେମାନଙ୍କ ଲକଡାଉନ ଯନ୍ତ୍ରଣାକୁ ସହ୍ୟ କରିପାରିନାହାନ୍ତି ତୁମୁଡିବନ୍ଧ ସ୍ଥିତ ମଳିପଡ଼ା ୟୁଥମାସର ୩୦ଜଣ ଯୁବକ। ସେମାନଙ୍କ ଯନ୍ତ୍ରଣାରେ ସାମିଲ ହୋଇ ସାହାଯ୍ୟର ହାତ ବଢ଼ାଇଛନ୍ତି। ପଞ୍ଚାୟତରୁ ମିଳିଥିବା ପିଡ଼ିଏସ ଚାଉଳ ଗାଁକୁ ନେବାରେ ସହଯୋଗ କରିଥିବା ବେଳେ ମହାମାରୀ କରୋନା ସଚେତନତା କରାଇଛନ୍ତି। ଗ୍ରାମବାସୀଙ୍କୁ ମାସ୍କ, ସାବୁନ ଓ କିଛି ରେସନ ପ୍ରଦାନ କରିଛନ୍ତି। କାମ ନଥିଲେ ଘରୁ ନବାହାରିବା, ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା, ସାଧାରଣ ଦୂରତ୍ୱକୁ ପାଳନ କରିବା, ଗାଁକୁ ବାହାର ଲୋକ ଆସିଲେ ପ୍ରଶାସନକୁ ଜଣାଇବା ପାଇଁ କହିଥିଲେ। ଯାହା ଶୁଣିବା ସହ କରି ଦେଖାଇ ଥିଲେ।ଗାଁରେ କେବଳ ଗୋଟିଏ ଦୁଇଟି ରେଡ଼ିଓ ଥିବା ବେଳେ ସେଥିରୁ ହିଁ ସେମାନେ କିଛି ଜାଣି ପାରୁଛନ୍ତି ବୋଲି ପ୍ରକାଶ କରିଥିଲେ। ଲକଡାଉନ ଯୋଗୁଁ ସେମାନେ ସେମାନଙ୍କ ବନଜାତ ଉତ୍ପାଦିତ ଶସ୍ୟ ଓ ସାମଗ୍ରୀକୁ ବଜାରକୁ ଆଣି ବିକ୍ରି କରି ପାରୁନାହାନ୍ତି କି ବଜାରର କୌଣସି ସାମଗ୍ରୀ କିଣି ପାରୁନାହାନ୍ତି ଯାହା ତାଙ୍କ ଯନ୍ତ୍ରଣା କୁ ଦ୍ୱିଗୁଣିତ କରିଛି। ସେମାନେ ବାଧ୍ୟ ହୋଇ ଭାତ ସାଙ୍ଗରେ ମାଣ୍ଡିଆ ଓ କୁଇରି ମିଶା ଭାତ ସହ ଛୋଟ ଛୋଟ କଞ୍ଚା ଆମ୍ବକୁ ଲୁଣ ଲଗାଇ ଖାଉଛନ୍ତି ଓ ଚୂଆଁ ପଣି ବ୍ୟବହାର କରୁଛନ୍ତି ଯାହା ସେମାନଙ୍କ ପାଇଁ କରୋନା ସଚେତନତାର ମାନେ କିଛି ନାହିଁ ବୋଲି କହିଛନ୍ତି ମାଲିପଡା ୟୁଥମାସ ସଭାପତି ସାନ୍ତୁନୁ ପାରାସେଟ, ଉପସଭାପତି ଦିବ୍ୟ ପାରାସେଟ, ସମ୍ପାଦକ ସୁବ୍ରତ ପାରାସେଟ, ସହ ସମ୍ପାଦକ ବାବୁ ପାରାସେଟ, ତୁଷାର ଵଡ଼ସେଠ ଓ ବବୁଲ ଵଡ଼ସେଠ ଆମକୁ କହିଛନ୍ତି। ଏଥି ପ୍ରତି ତୁରନ୍ତ ପ୍ରଶାସନ ଦୃଷ୍ଟି ଦେଇ ଏହି କୁଟିଆ ଆଦିବାସୀଙ୍କୁ ସଚେତନତା କରାଇ ପାରିଲେ ନିଶ୍ଚୟ ଏ ଦେଶରେ କରୋନା ହାରିବ ଓ ଦେଶ ଜିତି ପାରିବ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ