ଦୀର୍ଘ ଦିନର ନିରବତା ପରେ ପୁଣି ମାଲକାନଗିରିରେ ସକ୍ରିୟ ହୋଇ ଉଠିଛି ମାଓ ସଙ୍ଗଠନ
ଚିତ୍ରକୋଣ୍ଡା, (ବିମଲକିଶୋର ମିଶ୍ର):ଦୀର୍ଘ ଦିନ ର ନିରବତା ପରେ ପୁଣି ମାଲକାନଗିରି ରେ ସକ୍ରିୟ ହୋଇ ଉଠିଛି ମାଓ ସଙ୍ଗଠନ। ଏଥିନେଇ ଆଜି ଚିତ୍ରକୋଣ୍ଡା ବ୍ଲକ କାଲିମେଳା ଥାନା ଅନ୍ତର୍ଗତ ମସୁଘଟି ପଟେଲ ପପୁଲୁର ପ୍ରଭୁତି ଗ୍ରାମ ଗୁଡିକରେ(aobszc )ଆନ୍ଧ୍ର ଓଡିଶା ସୀମାନ୍ତ ମାଓ ସଂଘଠନ ସଂପାଦକ ଗଣେଶ ପକ୍ଷରୁ ରୁ ବିଭିନ୍ନ ସ୍ଥାନ ରେ ତେଲୁଗୁ ଓଡ଼ିଆ ଭାଷା ରେ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି.. ଏଥିରେ ବଂଗପୁଟ, ରଙ୍ଗବେଲ, କଣ୍ଡୁରମ୍ ଗ୍ରାମ ଗୁଡିକରେ ରମେଶ ରାକେଶ,ସପ୍ନl ତୁଲେଶି ଯେଉଁ ମାନେ ପୁର୍ବରୁ ମାଓ ସଂଘଟାନ ରେ ସକ୍ରିୟ କାର୍ଯ୍ୟ କରୁଥିଲେ, ବର୍ତମାନ ସେମାନେ ସଂଘଟନ୍ ଛାଡି ଠିକାଦାର ଓ ଲୋକଙ୍କ ଠାରୁ ଟଙ୍କା ବଟି ଆଦାୟ କରୁଛନ୍ତି ଏବଂ ମାଓ ସଂଘଟନ କୁ ବଦନାମ କରୁଛନ୍ତି । ତେଣୁ ସେମାନଙ୍କୁ ମାଓବାଦୀ ପାର୍ଟି ରୁ ବହିସ୍କାର କରାଯାଇଥିବା ଏହା ପୋଷ୍ଟର ରେ ଉଲ୍ଲେଖ ରହିଛି ସେହିଭଲି ସେମାନେ ଗ୍ରାମ କ ଆସିଲେ ସେମାନଙ୍କୁ ସହଜଯୋଗ ନକରି ବlନ୍ଦିକି ରଖି ବା ପାଇଁ କୁହା ଯାଇଛି l ପୋଲିସ ଏହା ପୋଷ୍ଟର କୁ ଜବତ କରିଚି l