ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା ପୁରାତନ ଗାଁ ସାଥି ବିତାଡିତ ହେବେ;ନୂତନ ଗାଁ ସାଥି ଚୟନ ପ୍ରକ୍ରିୟାକୁ ବନ୍ଦ ପାଇଁ ଦାବି

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଦୀର୍ଘ ଦିନ ଧରି କାର୍ଯ୍ୟ କରି ଆସୁଥିବା ପୁରାତନ ଗାଁ ସାଥି ବିତାଡିତ ହେବେ । ତେଣୁ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ଗାଁ ସାଥି (ମେଟ୍‌) ସଂଘ ତରଫରୁ ନୂତନ ଭାବେ ଚୟନ ପ୍ରକ୍ରିୟାକୁ ବନ୍ଦ କରିବାକୁ ଦାବିି ହୋଇଛି । ଏନେଇ ମେଟ୍‌ର ବହୁ ସଦସ୍ୟମାନେ ଏକତ୍ରିତ ହୋଇ ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରାଯାଇଥିବାର ଜଣାପଡିଛି । ସେମାନେ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ଗତ ୨୫.୦୮.୨୦୨୦ ଓ୧୯.୦୯.୨୦ ଚିଠିକୁ କାର୍ଯ୍ୟକାରୀ ନକରିବା ପାଇଁ । କାରଣ ଉକ୍ତ ଚିଠି ଲାଗୁ ହେଲେ ଜିଲାରେ ନୂତନ ଭାବେ ଗାଁ ସାଥି ଚୟନ ହେଲେ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା ଗାଁ ସାଥୀ ମାନେ ବିତାଡିତ ହେବେ । ଏହି କାରଣରୁ ସେମାନେ ବିରୋଧ କରି ଗତ ୧୦.୦୯.୨୦୨୦ ମାନ୍ୟବର ହାଇକୋର୍ଟରେ ଏସ୍‌.ଏଚ୍‌.ଜି. ମହିଳା ମଣ୍ଡଳରୁ (ମେଟ୍‌) ଚୟନ ପ୍ରକ୍ରିିୟା ବନ୍ଦ କରିବା ପାଇଁ ଅଭିଯୋଗ ଦାଖଲ କରାଯାଇଥିଲା । ଉକ୍ତ ଅଭିଯୋଗ ପ୍ରକାରେ ୧୪.୦୯.୨୦୨୦ ତାରିଖରେ ମେଟ୍ ଚୟନ କରିବା ପ୍ରକ୍ରିୟା ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଦେଇଛନ୍ତି । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି ରାଜ୍ୟ ସରକାର ୨୫.୦୯.୨୦୨୦ ତାରିଖରେ ପ୍ରତି ଜିଲ୍ଲାପାଳ ଏବଂ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଦ୍ୱାରା ଜଣାଇ ଦିଆଯାଇଥିଲା । କିନ୍ତୁ ସରକାରଙ୍କ ଉକ୍ତ ଚିଠିକୁ ଅବମାନନା କରି ଗଜପତି ଜିଲ୍ଲାରେ ନୂତନ ମେଟ୍ ଚୟନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରି ବିଜ୍ଞାପନ ଜାରୀ କରାଯାଇଅଛି । ଏହି ପ୍ରକ୍ରିୟାକୁ ତୁନ୍ତ ବନ୍ଦ କରିବା ପାଇଁ ପ୍ରତି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ନିବେଦନ କରାଯାଇଛି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଜିଲ୍ଲା ଗାଁ ସାଥି ସଂଘର ସଭାପତି ପଞ୍ଚୁ ନାୟକ, ସଭ୍ୟ ମନୋଜ କୁମାର ଭୂୟାଁ, ନୀଳାଞ୍ଚଳ ଦୋରା, ବିରେନ୍ଦ୍ର ରାଇକା, ଶତ୍ରୁଘ୍ନ ନାୟକ, ଜଗନ ନାୟକ, ନୃତ୍ୟୁଞ୍ଜୟ ଶବର ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ