ଦୀର୍ଘ ସମୟ ମହକାଏ ଅତର
ଅତରକୁ ନେଇ ଯୁବପିଢ଼ିଙ୍କ ମନ ଭିତରେ ଆଗ୍ରହ ଦିନକୁ ଦିନ ବଢ଼ିବାରେ ଲାଗିଛି । ନୂଆ ନୂଆ ବାସ୍ନା ପ୍ରତି ଯୁବପିଢ଼ିଙ୍କର ସ୍ୱତନ୍ତ୍ର ଆକର୍ଷଣ ଦେଖିବାକୁ ମିଳୁଛି । ବାସ୍ନାକୁ ଯେତିକି ଯେତିକି ଉତ୍ସୁକତା ରହିଛି, ଅତରର ବାସ୍ନା କିପରି ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ ତାହାକୁ ନେଇ ବେଶି ଉତ୍ସୁକତା ଦେଖିବାକୁ ମିଳୁଛି । ସେଥିପାଇଁ କେହି କେହି ହାର୍ଡ ଅତର ନେଉଥିବାବେଳେ ଆଉ କେହି ଆବଶ୍ୟକତାରୁ ଅଧିକ ଅତର ବ୍ୟବହାର କରିଥାନ୍ତି । ମାତ୍ର ମନେରଖନ୍ତୁ, ସେପରି କଲେ ଅତରର ବାସ୍ନା ଦୀର୍ଘ ସମୟ ପାଇଁ ରହେନାହିଁ । କ’ଣ କଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ବାସ୍ନା ରହିବ ତାହା ନିମ୍ନରେ ଉଲ୍ଲେଖ କରାଯାଇଛି ।
କ୍ସ ଗାଧୋଇ ସାରିବା ପରେ ଶେଷରେ ଗୋଟିଏ ମଗ୍ ପାଣିରେ ଆକର୍ଷଣୀୟ ଅତର ମିଶ୍ରଣ କରାଇ ଦେହରେ ଢାଳିଦିଅନ୍ତୁ । ତା’ପରେ ପୋଛି ହୋଇ ପୋଷାକ ପିନ୍ଧନ୍ତୁ ଦେଖିବେ ଦିନସାରା ଆପଣଙ୍କ ଦେହରୁ ଅତର ବାସ୍ନା ଛାଡ଼ିବନାହିଁ ।
କ୍ସ ବଡ଼ି ଲୋସନ ତ ଲଗାଉଥିବେ ନିଶ୍ଚୟ । ବଡି ଲୋସନକୁ ପାପୁଲିରେ ନିଅନ୍ତୁ । ସେଥିରେ ଟିକେ ଅତର ସ୍ପ୍ରେ କରି ଶରୀରରେ ଲଗାନ୍ତୁ । ଏମିତି କଲେ ବି ବାସ୍ନା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ ।
କ୍ସ ଶରୀରରେ ଗଣ୍ଠି ମୁଣ୍ଡରେ ଅତର ସ୍ପ୍ରେ କଲେ ବାସ୍ନା ବେଶି ସମୟ ରହିଥାଏ । କହୁଣୀର ଉପର ପାଶ୍ୱର୍, ନାଭି, କାନ ତଳ, ଅଣ୍ଟା, ବକ୍ଷ ଆଦି ସ୍ଥାନରେ ଅତର ପକାଇଲେ ସହଜରେ ବାସ୍ନା ଯାଏ ନାହିଁ । ଦୀର୍ଘ ସମୟ ପର୍ଯ୍ୟନ୍ତ ଶରୀରରୁ ସୁଗନ୍ଧ ଆସେ ।
କ୍ସ ମନେରଖନ୍ତୁ, ଗାଧୋଇବା ସଙ୍ଗେ ସଙ୍ଗେ ହିଁ ଓଦା ଦେହରେ ଅତର ବ୍ୟବହାର କରିବା ଖୁବ୍ ଭଲ । ଏହା ଲୋମ ମୂଳରେ ଭେଦିଯିବା ହେତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାସିଥାଏ ।