ଦୀର୍ଘ ସୌଖୀନ ବିମାନ ଯାତ୍ରା
ଦୁନିଆର ସବୁଠାରୁ ଲମ୍ବା ବିମାନ ଯାତ୍ରା ବର୍ତ୍ତମାନ ବାସ୍ତବ ହେବାକୁ ଯାଉଛି । ସିଡ୍ନୀରୁ ଲଣ୍ଡନ ମଧ୍ୟରେ ଏହି ବିମାନ ଯାତ୍ରା ଆରମ୍ଭ ହେବ । ତେବେ ଏହି ବିମାନ ସେବା ବହୁଳ ମାତ୍ରାରେ ବିଳାସ ପୂର୍ଣ୍ଣ ହେବ ବୋଲି ଜଣାପଡିଛି । ଏହି ବିମାନରେ ମୌଳିକ ସୁବିଧା ସହ ଜିମ୍ର ସୁବିଧା ମଧ୍ୟ ରହିବ । ବିମାନଟି ସିଡ୍ନୀରୁ ଲଣ୍ଡନ ମଧ୍ୟରେ ୧୭୦୧୫ କି.ମିର ଦୂରତାକୁ ଅତିକ୍ରମ କରିବ । ଯାହା ଅତିକ୍ରମ କରିବାକୁ ବିମାନଟିକୁ ପ୍ରାୟ ୨୦ ଘଣ୍ଟା ସମୟ ଲାଗିବ । ଅଷ୍ଟ୍ରେଲିଆର କ୍ୱୋଣ୍ଟାସ୍ ଏୟାର ୱେଜ୍ ଏହି ବିମାନ ଯାତ୍ରା ୨୦୨୨ରେ ଆରମ୍ଭ କରିବ ବୋଲି ଜଣାପଡିଛି । ବର୍ତ୍ତମାନ ସବୁଠାରୁ ଲମ୍ବା ବିମାନ ଯାତ୍ରା ଅକଲ୍ୟାଣ୍ଡ୍ରୁ ଦୋହା ମଧ୍ୟରେ ହେଉଛି । ଯାହାର ସମୟ ସୀମା ୧୮ ଘଣ୍ଟା ପାଞ୍ଚ ମିନିଟ୍ ରହିଛି । ଦୁନିଆର ବଡ଼ବଡ଼ ବିମାନ କମ୍ପାନି ଏହି ଯାତ୍ରା ପାଇଁ କ୍ୱୋଣ୍ଟାସ୍ ଏୟାର ୱେଜ ସହିତ କଥାବାର୍ତ୍ତା ଆରମ୍ଭ କରିଥିବା ଜଣାପଡିଛି । ପ୍ରାୟ ୩୦୦ ଯାତ୍ରୀ ଏହି ବିମାନରେ ଯାତ୍ରା କରିପାରିବେ । ଏହି ବିମାନରେ କ୍ୟାବିନ୍ ମଧ୍ୟ ଅଲଗା ରହିବ । ଜିମ୍ ସହିତ ଏଥିରେ ଆରାମ କରିବାକୁ ବେଡ୍ର ସୁବିଧା ମଧ୍ୟ ରହିଛି । ଏହାଛଡ଼ା ଏଥିରେ ପିଲାଙ୍କ ପାଇଁ ଅଲଗା କୋଚ୍ ସହ ବଡ଼ମାନଙ୍କ ପାଇଁ ବାର୍ର ମଧ୍ୟ ସୁବିଧା ରହିଛି । ତେବେ ଯାତ୍ରୀମାନେ ଏହି ବିମାନ ଯାତ୍ରାକୁ ଭରପୂର ଭାବେ ଉପଭୋଗ କରିବେ ବୋଲି କମ୍ପାନୀ ଆଶାବ୍ୟକ୍ତ କରିଛି ।