ଦୀର୍ଘ ୧୫ଦିନର ଲୁଚକାଳି ପରେ ଇସ୍ତଫା ଦେଲେ ଯୁବକସଙ୍ଘ ସାଧାରଣ ସମ୍ପାଦକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସରକାରୀ ନିୟମ ଏବଂ ଚାକିରୀ ସର୍ତ୍ତାବଳୀ ଖିଲାପକରି ବିଭାଗୀୟ ଅଧିକାରୀ ଓ ଆଇନ ସହ ଲୁଚକାଳି ଖେଳି ସାରିବା ପରେ ଓଳାଭର ନୋଡାଲ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀନିବାସ ଓଝା ଓଳାଭର ଯୁବକ ସଙ୍ଘ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି । ସେହି ଇସ୍ତଫା ପତ୍ରର ନକଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ରାଉତଙ୍କୁ ପ୍ରଦାନ କରିବା ପରେ ଶ୍ରୀ ରାଉତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ସେହି ନକଲ ପଠାଇଥିବା ଜଣାପଡିଛି । ଏହି ଘଟଣାରେ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜିବ ସିଂଙ୍କ ପଦକ୍ଷେପକୁ ଅଭିଯୋଗକାରୀ ନଳିନୀ ପୃଷ୍ଟି, ଜିଲ୍ଲା ୟୁଟିଆଇ ସମ୍ପାଦକ ହେମନ୍ତ ଜେନା, ପୂର୍ବତନ ଛାତ୍ର ଶ୍ରୀକାନ୍ତ ସେନାପତି, ପ୍ରଶାନ୍ତ ସେଠୀ, ଅନିତା ବାରିକ, ମନୋଜ ରଥ, ଭାଗିରଥି ପୃଷ୍ଟି, ଆଶିଷ କୁମାର ପୃଷ୍ଟି, ରଞ୍ଜନ କୁମାର ପରିଡାଙ୍କ ସମେତ ଓଳାଭର ଅଞ୍ଚଳର ବହୁ ପ୍ରାକ୍ତନ ଛାତ୍ର ଓ ଯୁବକ ସଙ୍ଘର ପ୍ରାକ୍ତନ ସଭ୍ୟମାନେ ସ୍ୱାଗତ କରିବା ସହ କୃତଜ୍ଞତା ଅର୍ପଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ