ଦୀର୍ଘ ୨ବର୍ଷ ପରେ ନାଉଗାଁ ବ୍ଳକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ସମୁଦାୟ ୫୯ଟି ଅଭିଯୋଗ ପଂଜିକୃତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):-ନାଉଗାଁ ବ୍ଳକ ଜ୍ୟୋତି ଫେଡେରେସନ ଗୃହରେ ସୋମବାର ଜିଲ୍ଲାପାଳଙ୍କ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ପାରୁଲ୍ ପଟାୱାରୀ ଯୋଗ ଦେଇ ଜନସାଧାରଣଙ୍କର ବିଭିନ୍ନ ଆପତି ଅଭିଯୋଗ ଶୁଣାଣି କରିଥିଲେ । ଏହି ଶିବିରରେ ସମୁଦାୟ ୫୯ଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ଗ୍ରାମ୍ୟ ଓ ଗୋଷ୍ଠୀଗତ ସମସ୍ୟା ସଂପର୍କୀୟ ୨୨ଟି ରହିଥିବା ବେଳେ ବ୍ୟକ୍ତିଗତ ସମସ୍ୟା ସଂପର୍କ୍ୟୀ ୩୭ଟି ଅଭିଯୋଗର ଶୁଣାଣି ହୋଇଥିଲା । ବ୍ୟକ୍ତିଗତ ସମସ୍ୟା ମଧ୍ୟରେ ଆବାସ ଯୋଜନା ନିମନ୍ତେ ୧୬ଟି, ରେଡକ୍ରସ ପାଣ୍ଠିରୁ ସହାୟତା ନିମନ୍ତେ ୧ଟି, ଜମିଜମା ସମସ୍ୟା ୬ଟି, ଭତା ପାଇଁ ୪ଟି, ସାଧାରଣ ବଂଟନ ସଂପର୍କୀୟ ୩ଟି, କାଳିଆ ଯୋଜନା ନିମନ୍ତେ ୧ଟି ଓ ଅନ୍ୟାନ୍ୟ ୬ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା । ଏହି ଶିବିରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରୁଦ୍ର ନାରାୟଣ ଦାଶ, ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମେଶ କୁମାର ପଣ୍ଡା, ବିଡିଓ ରଶ୍ମୀରେଖା ମଲ୍ଲିକ, ତହସିଲଦାର ଜେ.କଳ୍ପନା, ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଉପାଧ୍ୟକ୍ଷ ସୁଜିତ ପୁହାଣଙ୍କ ସହିତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବ୍ଲଜସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ