ଦୀର୍ଘ ୪ବର୍ଷ ଧରି ନିର୍ମାଣ କାର୍ଯ୍ୟ ଧିମେଇ ଥିବା ଜଗନ୍ନାଥ ମନ୍ଦିର ନିର୍ମାଣ କେବେ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଦୀର୍ଗ ୪ବର୍ଷ ଧରି କେବଳ ଏକ ଗର୍ତ୍ତ ଖନନରେ ସୀମିତ ଥିବା ପାରଳାଖେମୁଣ୍ଡି ସ୍ଥାୟୀ ଜଗନ୍ନାଥ ମନ୍ଦିର ନିର୍ମାଣ  କେବେ ହେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଯୋଗ୍ୟ ଯେ ପ୍ରାଚୀନ କାଳରୁ ଗଜପତି ମହାରାଜାଙ୍କ ଅମଳରୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ମହାରାଜାଙ୍କ ରାଜପ୍ରସାଦ ନିକଟରେ ଶ୍ରୀ ଜୀଉ ମହାପ୍ରଭୂଙ୍କ ମନ୍ଦିର ସ୍ଥାପନ କରାଯାଇ ଦୀର୍ଘ ଦିନରୁ ସହରବାସୀ ବହୁ ଆଡମ୍ବର ସହ ତିନି ମହାପ୍ରଭୂଙ୍କୁ ପୂଜାର୍ଚ୍ଚନା କରି ଆସୁଥିଲେ । କିନ୍ତୁ ଏହି ମନ୍ଦିରର ଅବସ୍ଥା ଅତି ପୁରାତନ ହୋଇ ରହିଥିବାକୁ ନେଇ ସହରର କେତେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏହି ମନ୍ଦିରକୁ ସମସ୍ତେ ମିଳିତ ଭାବେ ପୁନଃନିର୍ମାଣ କରିବା ସକାଶେ ୪ ବର୍ଷ ହେଲେ ପୁରାତନ ମନ୍ଦିରଟିକୁ ଭଙ୍ଗାଯ।।ଇ କରାଯାଇ ଗୋଟିଏ ଅସ୍ଥାୟୀ ସ୍ଥାନରେ ମହାପ୍ରଭୂଙ୍କୁ ସ୍ଥାପନ କରାଯାଇ ବହୁ କଷ୍ଟର ସହ ତିନି ମହାପ୍ରଭୂଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଏହି ମନ୍ଦିର ଠାରେ ବର୍ଷକୁ ଥରେ ପାଳନ ହେଉଥିବା ଶ୍ରୀ ଜୀଉଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସହ ବିଭିନ୍ନ ପୂଜାବିିଧି ମଧ୍ୟ ବହୁ କଷ୍ଟରେ ପାଳିତ ହେଉଅଛି । ଏହା ସହିତ ପ୍ରତିଦିନ ମନ୍ଦିର ପ୍ରାଙ୍ଗଣରେ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ସନ୍ଧ୍ୟା ଆଳତୀ ଦର୍ଶନ କରିବା ସହ ଭଜନ କୀର୍ତ୍ତନରେ ଯୋଗଦାନ କରିବାପାଇଁ ଭୟଭୀତ ହେଉଛନ୍ତି । କାରଣ ଏହି ଅସ୍ଥାୟୀ ମନ୍ଦିର ନିକଟରେ ଚାଲିଥିବା ନୂତନ ମନ୍ଦିର ସ୍ଥାନଟି ଦିନକୁ ଦିନ ବହୁ ଭୟଙ୍କର ସଦୃଶ୍ୟ ଦର୍ଶିତ ହେଉଛି । ସେଠାରେ ପ୍ରାୟ ୩୦ ଫୁଟରୁ ଉର୍ଦ୍ଧ ପର୍ଯ୍ୟନ୍ତ ମେସିନ ଦ୍ୱାରା ଖୋଦନ କରାଯାଇ ସେଠାରେ ବଡ ବଡ ପାହାଡ ସଦୃଶ୍ୟ ପଥର ପକାଯାଇ କାର୍ଯ୍ୟ ଅଧପନ୍ତରିଆ ଭାବେ ଛାଡିଦେଇଥିବା ବେଳେ ସେହି ସ୍ଥାନଟି ବର୍ତ୍ତମାନ ପୋଖରୀ ସଦୃଶ୍ୟ ପାଲଟିଯାଇଛି । ଯାହାର ନିକଟବର୍ତ୍ତୀ କିମ୍ବା ସେହି ପାଶ୍ୱର୍ଦେଇ ଯାତାୟତ କରିବାକୁ କୌଣସି ଭକ୍ତ ଶ୍ରଦ୍ଧାଳୁମାନେ ବିପଦ ମଣୁଛନ୍ତି । କାରଣ ମନ୍ଦିରକୁ ପ୍ରାୟ ଅଧିକାଂଶ ଶ୍ରଦ୍ଧାଳୁ ଭକ୍ତ ଯେଉଁମାନେ ଆସନ୍ତି ସେମାନେ ବୃଦ୍ଧ ଓ ବୃଦ୍ଧା ଶ୍ରେଣୀର ହୋଇଥାନ୍ତି । ଯଦି ସେମାନଙ୍କ ମଧ୍ୟରୁ କେହି ଜଣେ ଭାରସାମ୍ୟ ହରାଇ ଏଥିରେ ପଡିଯାଏ ତେବେ ତାହାର ଅବସ୍ଥା କଣ ହେବ ତାହା ସାଧାରଣରେ ଚିନ୍ତା କରିହେଉଛି । ତେଣୁ ସେଠାକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁ ମଧ୍ୟରେ ବାରମ୍ବାର ଚିନ୍ତାର କାରଣ ହେଉଛି ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ହେବ କେବେ ଏବଂ ସେମାନେ ଆନନ୍ଦର ସହ ମହାପ୍ରଭୁଙ୍କ ସମସ୍ତ ପୂଜା କାର୍ଯ୍ୟରେ ଯୋଗଦାନ କରିବେ ସେନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ମନ୍ଦିର ନିର୍ମାଣ ଲାଗି କମିଟି ମାନ ଗଠନ କରାଯାଇ ବିଭିନ୍ନ ସମୟରେ ବିଭିନ୍ନ ଆଲୋଚନା ହେଉଥିଲେ ମଧ୍ୟ ଆଲୋଚନା ଫଳବର୍ତ୍ତୀ ହୋଇପାରୁନାହିଁ । କେତେକ କହୁଛନ୍ତି ଯେ ଆନ୍ତରିକତାର ଘୋର ଅଭାବ ଯୋଗୁଁ ଏପରି ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉନାହିଁ ଏବଂ ଏଥିରେ ରାଜନୈତିକ ଗନ୍ଧ ରହିଛି ବୋଲି ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି । ଏଥିରେ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିଲେ ନିର୍ମାଣ କାର୍ଯ୍ୟ ଆଗେଇବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ପାରଳାଖେମୁଣ୍ଡି ସହର ବାସୀଙ୍କ ସମେତ ଦକ୍ଷିଣ ଓଡିଶାର ଏକ ବହୁ ପୁରାତନ ମନ୍ଦିର ହୋଇଥିବାରୁ ଏଠାରେ ରଥଯାତ୍ରାବି ବେଶ ପ୍ରସିଦ୍ଧି ଲାଭ କରିଛି । ତେଣୁ ଏହି ମନ୍ଦିର ଏକ ସ୍ୱତନ୍ତ୍ର ସ୍ଥାନ ପାଇଥିବାବେଳେ ନିର୍ମାଣ ନାମରେ କାମ ଆରମ୍ଭ କରିଥିଲେ ମଧ୍ୟ ତାହା ବନ୍ଦ ହୋଇଯାଇଥିବାରୁ ଅଞ୍ଚଳରେ ନାନାଦି ମତ ପ୍ରକାଶ ପାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ