ଦୀର୍ଘ ୪୦ ବର୍ଷ ପରେ ବିଜେଡି ଦଖଲରେ ବେଲଗୁଣ୍ଠା ସେବା ସମବାୟ ସମିତି : ସନ୍ତୋଷ ହେଲେ ସଭାପତି

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ସେବା ସମବାୟ ସମିତି ଦୀର୍ଘ ୪୦ ବର୍ଷ ପରେ ବିଜେଡି ଦଖଲକୁ ଯାଇଛି । ଆଜି ସମବାୟ ସମିତିର ସଭାପତି ଭାବେ ଏକମାତ୍ର ପ୍ରାର୍ଥୀ ଭାବେ ବିଜେଡି ତରଫରୁ ସନ୍ତୋଷ କୁମାର ସୁବୁଦ୍ଧି ନାମାଙ୍କନ ପତ୍ର ଦାଖଲ କରିଥିଲେ । କେହି ପ୍ରତିଦ୍ବନ୍ଦୀ ନାମାଙ୍କନ ପତ୍ର ଦାଖଲ ନ କରିବାରୁ ନିର୍ବାଚନ ଅଧିକାରୀ ସନ୍ତୋଷ ଙ୍କୁ ବିଜୟୀ ଘୋଷଣା କରିଥିଲେ ।ଏହା ପୁର୍ବରୁ ବେଲଗୁଣ୍ଠା ସମବାୟ ସମିତି କଂଗ୍ରେସ ଦଖଲରେ ଥିଲା । ପୁର୍ବରୁ ହୋଇଥିବା ନିର୍ଦ୍ଦେଶକ ନିର୍ବାଚନ ରେ ୧୧ ଟି ରୁ ୯ ଟି ରେ ବିଜେଡି ଏକତରଫା ବିଜୟ ଲାଭ କରିଥିଲା । ଆଜିର ନିର୍ବାଚନରେ ବେଲଗୁଣ୍ଠା ଏନ୍ଏସି ଅଧ୍ୟକ୍ଷ ଫିରୋଜ ସେଠୀ, ଉପାଧ୍ୟକ୍ଷା ପ୍ରତିନିଧି ତଥା ପୁର୍ବତନ କାଉନସିଲର ଲିଙ୍ଗରାଜ ପାତ୍ର,   ବରିଷ୍ଠ ଆଇନଜୀବୀ ,   ପୁର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ,  ପୁର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ,  ସତ୍ୟନାରାୟଣ ମହାପାତ୍ର, କାଉନସିଲର ଭାସ୍କର ପାତ୍ର, ଦିଲ୍ଲୀପ ଆଚାରି, ପ୍ରଦୀପ ସେଠୀ, ବିଶ୍ୱନାଥ ଦଳେଇ, ରଞ୍ଜିତ କୁମାର ସାମଲ, ସୁରେନ୍ଦ୍ର ସାମଲ ପ୍ରମୁଖ ଉପସ୍ଥିତ ଥିବା ବେଳେ ଆସନ୍ତା କାଲି ନବନିର୍ବାଚିତ ସଭାପତି ଶ୍ରୀ ସୁବୁଦ୍ଧି ଦାୟିତ୍ଵ ଗ୍ରହଣ କରିବେ ବୋଲି ସୁଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ