ଦୁଆରଶୁଣୀ ଘାଟୀରେ ଦୁର୍ଘଟଣା ଜନିତ ସମସ୍ୟା ନେଇ ମୟୂରଭଂଜ ମୋଟର ଚାଳକ ସଂଘ ତରଫରୁ ବୈଠକ

ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ଦୁଆରଶୁଣୀ,ବାମନଘାଟୀ ପାଲଟିଛି ମରଣଯନ୍ତା ।ସପ୍ତାହରେ ଅତି କମରେ ଛୋଟ ବଡ ଦୁର୍ଘଣା ଘଟୁଛି ।ବହୁ ମୋଟର ଚାଳକ ଅକାଳରେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁମୁଖରେ ପଡୁଛନ୍ତି ।କେବଳ ମୋଟର ଚାଳକ ନୁହେଁ ବସଯାତ୍ରୀ,ବାଇକ ଚାଳକ,ଭାରିଯାନ,ଅଟୋ ପ୍ରଭୃତି ଦୁର୍ଘଟଣା ଯନ୍ତାରେ ପଡି ଲୋକେ ମୃତ୍ୟୁ ବରଣ କରୁଛନ୍ତି ।ଏହାକୁ ନେଇ ସମସ୍ତେ ଚିନ୍ତିତ ।କିଭଳି କମ ଦୁର୍ଘଣା ଘଟିବ ,ଲୋକ,ଚାଳକ ମାନଙ୍କର ଜୀବନ ସୁରକ୍ଷିତ ହେବ ଏହାକୁ ନେଇ ମୋଟର ଚାଳକ ସଂଘ,ମୟୂରଭଂଜ ଶାଖା ତରଫରୁ ଜିଲ୍ଲା ସଭାପତି ଲକ୍ଷ୍ମଣ ଟୁଡୁଙ୍କ ନେତୃତ୍ବରେ ବାଙ୍ଗିରିପୋଷୀରେ ମଙ୍ଗଳବାର ଦିନ ଏକ ବୈଠକରେ ଆଲୋଚନା ହୋଇଥିଲା ।ଦୁଆରଶୁଣୀ ଘାଟୀ ରାସ୍ତା ଓସାରିଆ ହେବା,ପୋଲିସ ପେଟ୍ରୋଲିଂ ଓ ଚେକିଂକୁ ଗୁରୁତ୍ବ ଦେବା,ବିଶୋଇରେ ଦୁର୍ଘଟଣା ଜନିତ ଲୋକଙ୍କ ଆଶୁ ଚିକିତ୍ସା ପାଇଁ ଟ୍ରାମା ସେଣ୍ଟର ଖୋଲିବା ଇତ୍ୟାଦି ଉପରେ ଆଲୋଚନା ହୋଇଥିଲା ।ଏଥିରେ ବିଭିନ୍ନ‌ ଅଂଚଳର ମୋଟର ଚାଳକ କର୍ମକର୍ତ୍ତା ବିଜୟ ମହାନ୍ତ,ଲକ୍ଷ୍ମଣ ଟୁଡୁ,ତୁଷାରକାନ୍ତ ମହାନ୍ତ,ରାଷ୍ଟ୍ରପତି ମହାନ୍ତ,ହେମେନ୍ଦ୍ର ମହାନ୍ତ,ଭାଷ୍କର ମାଝି,ମହେଶ୍ବର ମହାନ୍ତ,ଶତ୍ରୁଘ୍ନ ମହାନ୍ତ,ମୁନ୍ନା ଶିଙ୍ଗ,ରାମଚନ୍ଦ୍ର ହେମ୍ବ୍ରମ,ଅମର ମହାନ୍ତ,ବିଶ୍ବନାଥ ମୁର୍ମୁଙ୍କ ସମେତ ବହୁ ଚାଳକ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ