ଦୁଇଗୋଟି ପୃଥକ ମାମଲା ରୁଜ୍ଜୁ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଏକ ଗଣ୍ଡଗୋଳକୁ ନେଇ ଭଣ୍ଡାରିପୋଖରୀ ଥାନାରେ ଦୁଇଗୋଟି ପୃଥକ ମାମଲା ରୁଜ୍ଜୁ ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ ଚନ୍ଦ୍ରଭାନୁପୁର ଗ୍ରାମର ମହିଳା ଓ ତାଙ୍କ ସମ୍ପର୍କିୟଙ୍କୁ କିଛିବ୍ୟକ୍ତି କୌଣସି କାରଣକୁ ନେଇ ଗାଳିଗୁଲଜ ଓ ମାରଧର କରିଥିଲେ । ସେହିଭଳି ଅପରପକ୍ଷଙ୍କୁ ମଧ୍ୟ ଜାତିଆଣା ଅକ୍ଷେପ କରାଯାଇ ଗାଳିଗୁଲଜ ହୋଇଥିବା ଅଭିଯୋଗ ହୋଇଛି । ଦୁଇଗୋଟି ଅଭିଯୋଗକୁ ଭିତ୍ତି କରି ପୁଲିସ ୨୪୬/୨୧ ଓ ୨୪୭/୨୧ରେ ଦୁଇଗୋଟି ପୃଥକ ମାମଲା ରୁଜ୍ଜୁ କରିଥିବା ଜଣାପଡିଛି । ଏନେଇ ଥାନା ପକ୍ଷରୁ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।