ଦୁଇଚକିଆ ଯାନକୁ ମିଳୁଛି ସର୍ବାଧିକ ଶହେ ଟଙ୍କାର ପେଟ୍ରୋଲ

ବାଲେଶ୍ୱର, (ସରୋଜ ପଣ୍ଡା):ବିଭିନ୍ନ ଦାବିକୁ ନେଇ ଓଡିଶା ଡ୍ରାଇଭର ଏକତା ମଞ୍ଚ ଆହ୍ୱାନ କ୍ରମେ ସମଗ୍ର ରାଜ୍ୟରେ ଚାଲିଥିବା ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କ୍ରମଶଃ ଜଟିଳ ଅଭିମୁଖେ ଯାଉଥିବା ଲକ୍ଷ୍ୟ କରାଯାଇଛି । ବିଶେଷ କରି ମାଲ ପରିବହନ ବନ୍ଦ ଯୋଗୁଁ ବାଧାପ୍ରାପ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣର ପ୍ରଭାବ ପରିଲକ୍ଷିତ ହୋଇଛି । ଟ୍ୟାଙ୍କର ଲରି ବନ୍ଦ ରହିବା ଫଳରେ ପେଟ୍ରୋଲ, ଡିଜେଲ ପ୍ରଭୃତିର ଅଭାବର ପ୍ରତିଫଳନ ଦେଖିବାକୁ ମିଳିଛି । ବାଲେଶ୍ୱର ସହରର ବହୁ ପେଟ୍ରୋଲ ପମ୍ପରେ ତେଲ ମିଳୁନଥିବା ବେଳେ ଯେଉଁଠାରେ ବିି ଖୋଲା ରହିଛି, ସେଠାରେ ତେଲ ଭରିବାକୁ ନାହିଁନଥିବା ଭିଡ଼ ପରିଲକ୍ଷିତ ହୋଇଛି । ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ପ୍ରତି ବାଇକକୁ ୫୦ କିମ୍ବା ୧୦୦ ଟଙ୍କାର ପେଟ୍ରୋଲ ଦେଉଛନ୍ତି । ସେହିଭଳି ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଆଜି ଦ୍ୱିତୀୟ ଦିନରେ ପନିପରିବାଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ବାହାର ରାଜ୍ୟରୁ ଆସୁଥିବା ଗାଡ଼ିକୁ ଆନ୍ଦୋଳନରତ ଡ୍ରାଇଭରମାନେ ସଂଘବଦ୍ଧ ହୋଇ ଜାତୀୟ ରାଜପଥରେ ଅଟକ ରଖିବା ଫଳରେ ଧୀରେ ଧୀରେ ଅବସ୍ଥା ସଙ୍ଗୀନ ଅଭିମୁଖେ ଯାଉଥିବା ଲକ୍ଷ୍ୟ କରାଯାଇଛି । ଟାଙ୍କିରେ ପେଟ୍ରୋଲ ଡିଜେଲ ଆଦି ବନ୍ଦ ହୋଇଯିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ନମିଳିବା ଆଶଙ୍କାରେ ସାଧାରଣରେ ତତ୍ପରତା ପ୍ରକାଶ ପାଇଛି । ଲୋକେ ଆବଶ୍ୟକଠାରୁ ଅଧିକରୁ ଅଧିକ ସାମଗ୍ରୀ କ୍ରୟ କରିବାରେ ଲାଗିଛନ୍ତି । ସ୍ଥିତିକୁ ଲକ୍ଷ୍ୟ କରି ବ୍ୟବସାୟୀମାନେ ଫାଇଦା ପାଇଁ ଦରବୃଦ୍ଧି କରୁଥିବା ବିଭିନ୍ନ ମହଲରେ ଆରୋପ ଉଠିଛି । ତେବେ ଏ ବାବଦରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଦୁର୍ଭାଗ୍ୟର ବିଷୟ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି । ତେବେ ଡ୍ରାଇଭର ଏକତା ମଞ୍ଚର ନିଷ୍ପତି କ୍ରମେ ପ୍ରଥମ ଦିନ ସ୍କୁଲ ବସ୍‌, ପରୀକ୍ଷା ଡ୍ୟୁଟିରେ ନିୟୋଜିତ ଗାଡି, ଛାତ୍ରଛାତ୍ରୀ ଯାଉଥିବା ଗାଡି, ଆମ୍ବୁଲାନ୍ସ, ମେଡିକାଲ ଷ୍ଟାଫ୍ ଯାଉଥିବା ଗାଡି, ବିଦ୍ୟୁତ ବିଭାଗ ଗାଡି, ଦମକଳ ଓ ଘରୋଇ ନମ୍ବର ଥିବା ଗାଡ଼ି ଚଳାଚଳରେ କୌଣସି ବ୍ୟଘାତ ରାଯାଇ ନଥିଲା । ମାତ୍ର ଦ୍ୱିତୀୟ ଦିନ ପେଟ୍ରୋଲ ଓ ଡିଜେଲ ଅଭାବରୁ ଆପଣାଛାଏଁ ସହର ରାସ୍ତାରେ ୫୦ ପ୍ରତିଶତ ଯାନବାହାନ କମ ଚଳ ପ୍ରଚଳ କରୁଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଆନ୍ଦୋଳନକୁ ଅଟୋରିକ୍ସା ସଂଘ ସମର୍ଥନ ଜଣାଇଥିଲେ ବି ସିଧାସଳଖ ଏଥିରେ ସାମିଲ ହୋଇନାହାନ୍ତି । ଅନ୍ୟପକ୍ଷରେ ଡ୍ରାଇଭରମାନେ ଷ୍ଟିୟରିଂ ଛାଡ ଆନ୍ଦୋଳନ କରୁଥିବା ବେଳେ ଯାତ୍ରୀବାହୀ ଅଟୋରେ ଷ୍ଟିଅରିଂ ପରିବର୍ତ୍ତେ ହ୍ୟାଣ୍ଡଲ ଥିବାରୁ ସେମାନେ ଆନ୍ଦୋଳନରେ ସାମିଲ ହୋଇନଥିବା ସଂଘର କର୍ମକର୍ତ୍ତାମାନେ ପ୍ରଶ୍ନ କରିଛନ୍ତି । ତେବେ ସହର ବାହାରେ ଜାତୀୟ ରାଜପଥରେ ମାଲ ପରିବହନ କରୁଥିବା ବାହାର ରାଜ୍ୟର ଲାଇନ ଟ୍ରକଅନ୍ୟପକ୍ଷରେ ସରକାର ଡ୍ରାଇଭରଙ୍କ ଆନ୍ଦୋଳନ ବନ୍ଦ କରାଇବାକୁ ଉଚିତ ପଦକ୍ଷେପ ନେବା ନିମନ୍ତେ ସାଧାରଣରେ ମତପ୍ରକାଶ ପାଇଛି । ରେମୁଣା ଗୋଲେଇ ଖାନନଗର, ନହରପାଟଣା ନିକଟରେ ଡ୍ରାଇଭରଙ୍କ ପିକେଟିଂ ଯୋଗୁଁ ଉଭୟ ୧୬ ନମ୍ବର ଓ ୬୦ ନମ୍ବର ଜାତୀୟ ରାଜପଥରେ ଶତାଧିକ ଯାନବାହାନ ଅଟକି ରହିଥିଲେ । ତେବେ ବିକ୍ଷୋଭରତ ଶତାଧିକ ଡ୍ରାଇଭରଙ୍କୁ ପୁଲିସ ଉଠାଇନେବା ଫଳରେ ଅଟକି ରହିଥିବା ଯାନବାହାନ ଗୁଡ଼ିକ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ