ଦୁଇଜଣଙ୍କ ବିଷପାନ: ଜଣେ ମୃତ୍ୟୁ, ଅନ୍ୟଜଣେ ଗୁରୁତର

ବୁଗୁଡା, (ଅନିଲ ମହାରଣା): ବୁଗୁଡା ଥାନା ଅନ୍ତର୍ଗତ ବାଲିଛାଇ ଗ୍ରାମର ଜଣେ ବିବାହିତ ମହିଳା ଓ ଘୋଳପୁର ଗ୍ରାମର ଜଣେ ଯୁବକ ବିଷପାନ କରି ମହିଳା ଜଣଙ୍କ ମୃତ୍ୟୁ ବରଣ କରିଥିବା ବେଳେ ଯୁବକ ଜଣକ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ଘଟଣାରୁ ଜଣାପଡ଼ିଛି ଯେ ବାଲିଛାଇ ଗ୍ରାମର ବିବାହିତ ମହିଳା ପୂର୍ଣ୍ଣବାସୀ ପ୍ରଧାନ (୨୫) ଶୁକ୍ରବାର ରାତ୍ର ବିଷପାନ କରିଥିବା ବେଳେ ତାଙ୍କ ଶାଶୁଘର ଲୋକେ ଗୁରୁତର ଅବସ୍ଥାରେ ବୁଗୁଡା ମେଡ଼ିକାଲ ଆଣିଥିଲେ। ହେଲେ ଡାକ୍ତର ପୂର୍ଣ୍ଣବାସୀଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବୁଗୁଡା ପୋଲିସ ମର ଶରୀର ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଆଜି ପଠାଇ ଅନୁସନ୍ଧାନ ଜାରି ରହିଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ସେହି ପରି ଘୋଳପୁର ଗ୍ରାମର ସାଗର ପ୍ରଧାନ (୧୯) ବିଷପାନ କରିଥିବା ବେଳେ ତାଙ୍କର ବାପା ମାଆ ବୁଗୁଡା ମେଡିକାଲକୁ ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡ଼ିକାଲ ଅଫିସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ