ଦୁଇଜଣ ଦାଦନ ଶ୍ରମିକଙ୍କୁ ଆଣିବା ପାଇଁ , ଜିଲ୍ଲାପାଳ ରାଜ୍ୟ ଶ୍ରମ କମିସନରଙ୍କୁ ଚିଠି ଲେଖିଲେ
ଛତ୍ରପୁର,ଗଂଜାମ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ପକ୍ଷରୁ ବାରମ୍ବାର ସଚେତନା କରାଯାଉଥିବା ସତ୍ତେ୍ୱ ଜିଲ୍ଲାର ଶ୍ରମିକ ମାନେ ଦାଦନ ଯାଇ ଠକାମୀ ଶିକାର ହେଉଛନ୍ତି । ଯାହାଫଳରେ ସେମାନଙ୍କ ପରିବାର ବର୍ଗ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାସହ ନିଜେ ଦାଦନ ଶ୍ରମିକ ମାନେ ଅସୁବିଧାରେ ପଡୁଛନ୍ତି । ଜିଲ୍ଲାପ୍ରଶାସନ ଏବଂ ଶ୍ରମ ବିଭାଗ ପକ୍ଷରୁ କୁହାଯାଇଛି ଯେଉଁ ମାନେ ଦାଦନ ଯାଉଛନ୍ତି । ସେମାନେ ପଞ୍ଚାୟତସ୍ତରରେ ପଞ୍ଜିକୃତ ହୋଇ ସଠିକ୍ ରାସ୍ତାରେ ଯିବା ନିମନ୍ତେ ସଚେତନତା କରାଯାଉଛି । ପଞ୍ଚାୟତସ୍ତରରେ ପଞ୍ଜିକୃତ ହେଲେ ସେମାନଙ୍କ ଡାଟାବେସ୍ ରହିବ । ଯାହାଦ୍ୱାରା ଖୁବ୍ ଜଣାପଡିବ ଯେ ସେ କେଉଁ ଜାଗା କୁ ଯାଇଛି । ଅପରକ୍ଷରେ ଦାଦନ ଶ୍ରମିକ ମାନେ ମୋଟାଆକାରରେ ଅର୍ଥ ଉପୁଜିବା ନିମନ୍ତେ ଦଲାଲ ମାନଙ୍କର ଠାକାମୀର ଶୀକାର ହୋଇ ଦାଦନ ଖଟିବାକୁ ଯାଇଥାନ୍ତି । ଯାହାଫଳରେ ଦଲାଲ ଶ୍ରମିକ ମାନଙ୍କୁ ଏଠାରୁ ପଠାଇଲା ବେଳେ ମୋଟା ଆକାରରେ ଅର୍ଥ ମିଳିବ ଏବଂ ଭଲ କାମ ମିଳିବ ବୋଲି କହି ପଠାଉଛନ୍ତି । ମାତ୍ର ବାହାର ଦେଶକୁ ଗଲାବେଳେ ଶ୍ରମିକ ମାନେ ଦଲାଲ କହିବା ଅନୁସାରେ ଅର୍ଥ ମିଳୁନି କି ସେ ପ୍ରକାର କାମ ମିଳିନି । ଶ୍ରମିକ ମାନେ ଦଲାଲା ମାନଙ୍କୁ ଲକ୍ଷଲକ୍ଷ ଟଙ୍କା ଦେଇ ପାସଫୋଟ ଓ ଭିସା କରି ସୁନା ରୂପା ବନ୍ଧକ ପକାଇ ଅର୍ଥ ଲଗାଇଯାଇଥାନ୍ତି । ମାତ୍ର ସେଠାରେ କିଛି ଅର୍ଥ ଉପାର୍ଜନ କରିବା ନିମନ୍ତେ । ଏହା ଖାସ କରି ଜିଲ୍ଲାର ଖଲିକୋଟ, ଗେଗୁନିଆପଡା ବ୍ଲକ ଅଂଚଳ ବହୁ ଦାଦନ ଶ୍ରମିକ ଯାଉଥାନ୍ତି ।
ଆଫିକାର କଙ୍ଗୁରେ ଫସିଥିବା ଖଲିକୋଟ ଓ କବିସୂର୍ଯ୍ୟନଗର ବ୍ଲକ ଅଂଚଳ ର ଦୁଇ ଦାଦନ ଶ୍ରମିକଙ୍କୁ ଫେରାଇ ଆଣିବା ନିମନ୍ତେ ଗଂଜାମ ଜିଲ୍ଲାପ୍ରଶାସନ ଓ ଶ୍ରମବିଭାଗ ମିଳିତ ଆନୁକୂଲ୍ୟରେ ଗଂଜାମ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେ ରାଜ୍ୟ ଶ୍ରମ କମିସନର ନୀରଞ୍ଜନ ସାହୁଙ୍କୁ ଏକ ଚିଠି ଲେଖିଛନ୍ତି ବୋଲି ଛତ୍ରପୁର ଜିଲ୍ଲାଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ ସୂଚନା ଦେଇଛନ୍ତି । ଦୁଇଜଣ ଦାଦନ ଶ୍ରମିକ ହେଲେ ଖଲିକୋଟ ବ୍ଲକ ଅଂଚଳର ପିଣ୍ଟୁ ପରିଡା ଓ କବିସୂର୍ଯ୍ୟନଗର ବ୍ଲକ ଗୁଡିଆଳି ଅଂଚଳର ଶିବ ସାହୁ । ଏମାନେ ଗତ ଏପ୍ରେଲ ମାସରେ ବିଶାଖା ପାଟଣା ଅଂଚଳର ଏକ ଏଜେନ୍ସି ମାଧ୍ୟମରେ ମୋଟା ଆକାର ଅର୍ଥ ପାଇବା ସକାଶେ ଆଫିକାର କଙ୍ଗୁ ଅଂଚଳରେ ଶ୍ରମିକ କାମ କରିବାକୁ ଯାଇଛନ୍ତି । ସେଠାରେ ସେମାନେ ୧ମାସ ଠିକ୍ ଠାକ କାମ କରିଲା ପରେ ଏବେ ସେଠାର କଂପାନୀ ତାଙ୍କୁ କାମ ଦେଉନି କି ଟଙ୍କା ଦେଉନି । ଯାହାଫଳରେ ସେମାନେ ସେଠାରେ ବହୁ ଅତ୍ୟାଚାର ସହି ରହୁଛନ୍ତି । ଏନେଇ ସେମାନେ ସେମାନଙ୍କ ପରିବାର ବର୍ଗକୁ ଫୋନ ଯୋଗେ କହିଥିବାରୁ ପରିବାର ବର୍ଗ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ସେମାନଙ୍କୁ ଫେରାଇ ଆଣିବା ପାଇଁ ଅନୁରୋଧ କରିଥିଲେ । ବର୍ତ୍ତମାନ ପରିପ୍ରେକ୍ଷୀରେ ଆଫିକା ର କଙ୍ଗୁ ଅଂଚଳରେ ଏପଲା ରୋଗ ବ୍ୟାପି ଥିବାରୁ ସେମାନେ ଆହୁରୀ ଭୟଭୀତ ହୋଇ ରହିଛନ୍ତି ।