ଦୁଇଟିଯାକ କିଡିନ ଅଚଳ, ବାପା କରିବେ କିଡିନି ଦାନ
ହାଟଡିହି, (ବିକାଶ ବିଶ୍ୱାଳ):ରୋଗ ଶଯ୍ୟାରେ ଘରର ରୋଜଗାରିଆ ପୁଅ । ବାହୁନି କାନ୍ଦୁଛି ମା, ପରିବାର ତଥା କୁନି ଝିଅର ଭବିଷ୍ୟତ ଚିନ୍ତାରେ ପାଗଳି ହେଉଛି ସ୍ତ୍ରୀ । ସତରେ କଣ ଭଗବାନ ଏଡେ ନିଷ୍ଠୁର । ଗରିବ ଘର ସାଙ୍ଗକୁ ଘର ଚଳାଉଥିବା ପୁଅର ଏ ଦୁସହ୍ୟ ରୋଗ ଆଉ ସହି ହେଉନାହିଁ । ପୁଅକୁ ଭଲ କରିବାପାଇଁ ହୋଇ ସର୍ବସ୍ୱାନ୍ତ ହୋଇ ପଡିଥିବା ଏହି ପରିବାରଟି ସମସ୍ତଙ୍କ ନିକଟରୁ ସାହାଯ୍ୟ ଭିକ୍ଷା କରୁଛି । ଖବରରୁ ଜଣାଯାିଛି ଯେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କପୁଣ୍ଡି ଗ୍ରାମର କାମ୍ପାଳ ଦେବତାଙ୍କ ବଡପୁଅ ବିଜୟଶ୍ରୀ ଦେବତାଙ୍କ ୫ଜଣିଆ ପରିବାରଟି ହସଖୁସିରେ ଚଳିଯାଉଥିବାବେଳେ ହଠାତ ୩୨ବର୍ଷୀୟ ବିଜୟଶ୍ରୀଙ୍କ ଦେହ ଅସୁସ୍ଥ ହେଲା । ପରିବାର ଲୋକେ ତାଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିବାପରେ କିଡିନି ସମସ୍ୟା ଦେଖାଦେଇଥିବା ଡାକ୍ତର କହିଥିଲେ । ଅନେକ ଟଙ୍କା ଖର୍ଚ୍ଚ କରି ଭଲକରି ଆଣିବାପରେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଯାଇଥିଲେ । କିନ୍ତୁ ଗତ ଫେବୃୟାରୀ ୨୫ତାରିଖରେ ପୁନର୍ବାର ଅସୁସ୍ଥ ହେବାରୁ ତାଙ୍କୁ ସମ ହସପିଟାଲ ନେଇ ଡାକ୍ତରଙ୍କୁ ଦେଖାିବାପରେ ତାଙ୍କର ଦୁଇଟିଯାକ କିଡିନି ନଷ୍ଟ ହୋଇଯାିଥିବା ଡାକ୍ତର କହିବାପରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ନିୟମିତ ଡାଇଲୋସିସ ଚାଲିଥିବାବେଳେ ତାଙ୍କ ବାପା ପୁଅକୁ ଗୋଟିଏ କିଡିନି ଦାନ କରିବାପାଇଁ ରାଜି ହୋଇଛନ୍ତି । ଜୁନ ପ୍ରଥମ ସପ୍ତାହରେ କିଡିନ୍ ପ୍ରତିରୋପଣ ପାଇଁ ଡାକ୍ତର ସମୟ ଦେଇଛନ୍ତି । କିନ୍ତୁ କିଡିନି ପ୍ରତିରୋପଣ ପାଇଁ ୧୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେବବୋଲି ଡାକ୍ତରମାନେ କହିଛନ୍ତି । ଗୋଟିଏ ଗରିବ ପରିବାର ପକ୍ଷେ ଏତେ ଟଙ୍କା ସଂଗ୍ରହ କରିବା ସମ୍ଭପର ହୋଇ ପାରୁନି । ପୁର୍ବରୁ ବିଜୁ ସ୍ୱାସ୍ଥ୍ୟ ଯୋଜନା କାର୍ଡରେ ୩ଲକ୍ଷରୁ ଉର୍ଦ୍ଧ ଯଙ୍କା ଖର୍ଚ୍ଚ କରିସାରିଥିବାବେଳେ ଏବେ ୧୫ଲକ୍ଷ ଟଙ୍କା କେଉଁଠୁ ଆଣିବେ ସେନେଇ ପରିବାର ଲୋକେ ଚିନ୍ତାରେ ପଡି ଯଡିଯାଇଛନ୍ତି । ଗ୍ରାମବାସୀ ମାନେ ମଧ୍ୟ ନିଜ ନିଜ ସାଧ୍ୟମତେ ସହାୟତା ଯୋଗାଉଥିବାବେଳେ ଯଦି କେହି ସହୃଦୟ ବ୍ୟକ୍ତି କିମ୍ବା ସ୍ୱେଚ୍ଛାସେବୀ ସଂଗଠନ ସାହାଯ୍ୟ ଓ ସହଯୋଗର ହାତ ବଢ଼ାନ୍ତେ ତେବେ ମୋ ପୁଅ ଭଲ ହୋଇ ସୁସ୍ଥ ଜୀବନ ବିତାଇ ପାରନ୍ତା ଓ ଆମ ପରିବାରରେ ହସ ଫୁଟନ୍ତା ବୋଲି ବିଜୟଶ୍ରୀର ମା କହିଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ସହଯୋଗ କରିବାକୁ ଚାହାନ୍ତି ତେବେ ରାମକୃଷ୍ଣ ନନ୍ଦ, ଏକାଉଣ୍ଟ ନମ୍ବର-୩୯୩୮୫୨୯୪୭୫୩ , ଆଇଏଫଏସସି କୋର୍ଡ- ଏସବିଆଇଏନ ୦୦୦୧୦୮୬ କିମ୍ବା ଫୋନ ପେ- ୭୦୭୭୫୭୮୨୭୮ୋ ସାହାଯ୍ୟ କରିବାକୁ ବିଜୟଶ୍ରୀଙ୍କ ପତ୍ନୀ ନିବେଦନ କରିଛନ୍ତି ।


