ଦୁଇଟି ଗିଲନେଟର ଜବତ, ୧୭ମତ୍ସ୍ୟଜିବୀ ଗିରଫ

ରାଜନଗର: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ବନବିଭାଗର ପାଟ୍ରୋଲିଂଦଳ ଦୁଇଟି ଗିଲନେଟରକୁ ଜବତ କରିଛି । ଏସିଏଫ ଶ୍ରୀରାମପଦ ଅରବିନ୍ଦ ମିଶ୍ରଙ୍କ ନେତୃତ୍ୱରେ ପାଟ୍ରୋଲିଂଦଳ ଚୁଡାମଣୀ ଅଂଚଳର ମା ମନଷା ଓ ନନ୍ଦିଘୋଷ-୨ ନାମକ ଦୁଇଟି ଗିଲନେଟର ବୋଟକୁ ଜବତ କରିଛି । ସେଥିରେ ଥିବା ୧୭ଜଣ ମତ୍ସ୍ୟଜିବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜବତ ଦୁଇଟି ଗିଲନେଟର ମଧ୍ୟରୁ ଦୁଇଟି ଲେଖାଏ ଜିପିଏସ, ଫିସଫାଇଣ୍ଡର, ଭିଏଚଏଫକୁ ଜବତ କରିଛି । ଏହାଛଡା ୧କ୍ୟୁଟାଂଲ ୩୦କେ.ଜି. ମାଛ ଜବତ କରିଛି । ଚଳିତ ବର୍ଷ ଗହୀରମଥା ସାମୁଦ୍ରିକ ଅଭୟାଣ୍ୟରୁ ବନବିଭାଗର ପାଟ୍ରୋଲିଂ ଦଳ ଏବଂ ତଟରକ୍ଷୀ ବାହିନୀ ୭୫ଟି ଟ୍ରଲର ସହ ୨୨ଟି ଗିଲନେଟର ବୋଟକୁ ଜବତ କରିଛି । ସେଥିରୁ ୭୯୫ଜଣ ମତ୍ସ୍ୟଜିବୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ଟ୍ରଲରଗୁଡିକ ମଧ୍ୟରେ ଆନ୍ଧ୍ର ଓ ପଶ୍ଚିମବଙ୍ଗର ବହୁ ଟ୍ରଲର ଜବତ ହୋଇଥିବା ଏସିଏଫ  ମିଶ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ