ଦୁଇଟି ନିର୍ବାଚନ ମଣ୍ଡଳୀ ରୁ ଲଢିବେ ନିରଞ୍ଜନ
ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇଟି ନିର୍ବାଚନ ମଣ୍ଡଳୀରୁ ଏଥର ନିର୍ବାଚନ ଲଢ଼ିବେ । ୨୦୧୯ ସାଧାରଣ ନିର୍ବାଚନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ପୁରୁଣା ନିର୍ବାଚନ ମଣ୍ଡଳୀ ଘଷିପୁରାରୁ ନିର୍ବାଚନ ଲଢ଼ିବାସହ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ।
ଚାରି ଚାରିଥର ଘଷିପୁରା ନିର୍ବାଚନ ମଣ୍ଡଳୀରୁ ନିରଞ୍ଜନ ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଛନ୍ତି । ତେଣୁ ଏଥର ପୁନର୍ବାର ସେ ଘଷିପୁରା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ବିଜୟଲାଭ କରିବାକୁ ଆଶା ରଖିଛନ୍ତି । ଘସୀପୁରରେ ନିରଞ୍ଜନ ଓ ବର୍ତମାନର ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ମଧ୍ୟରେ ବିଗ-ଫାଇଟ ହେବବୋଲି ଚର୍ଚା ହେଉଛି ।