ଦୁଇଟି ପ୍ରକଳ୍ପକୁ ଉଦଘାଟନ କଲେ ପୋଲସରା ବିଧାୟକ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ପୋଲସରା ବ୍ଲକ ଅନ୍ତର୍ଗତ ବଡ଼ପଙ୍କଳବାଡି ଗ୍ରାମ ପଞ୍ଚାୟତର ଚଣ୍ଡୀ ରାମଚନ୍ଦ୍ରପୁର ଗ୍ରାମର ଦୁଇଟି ପ୍ରକଳ୍ପ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତଙ୍କ କରକମଳ ରେ ଶୁଭ ଉଦଘାଟିତ ହୋଇଯାଇଛି । ଅକ୍ଟୋବର ୧୩ ତାରିଖ ଦିନ ଚଣ୍ଡୀ ରାମଚନ୍ଦ୍ରପୁର ଗ୍ରାମର ଆଦର୍ଶ କୋଠଗୃହ ଓ ହରିଜନ ସାହି କମ୍ୟୁନିଟି ସେଣ୍ଟର ଗୃହ ଦୁଇଟି ପ୍ରକଳ୍ପକୁ ବିଧାୟକ ଶ୍ରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା କୁମାରୀ ତାରାଇ, ସରପଞ୍ଚ ରଞ୍ଜନ କୁମାର ପାଣିଗ୍ରାହୀ, ସମିତି ସଭ୍ୟା ସରସ୍ୱତୀ ପ୍ରଧାନ, କନିଷ୍ଠ ଯନ୍ତ୍ରୀ ଏସ.ଶଙ୍କର ନାରାୟଣ ସୁବୁଦ୍ଧି, ଏବଂ ୱାର୍ଡ ସଭ୍ୟା ସ୍ନେହଲତା ଗୌଡ଼ ଓ ମାମିନୀ ପ୍ରଧାନ ଯୋଗଦେଇଥିଲେ । ଗ୍ରାମବାସୀ ବୃନ୍ଦ ଏକ ବିରାଟ ପଟୁଆରରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ଉଦଘାଟନୀ ସ୍ଥଳକୁ ପାଛୋଟି ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ