ଦୁଇଟି ଫିଲ୍ମରେ ହିରୋ ‘ପପୁ’

ଭୁବନେଶ୍ବର : ଚଳିତ ବର୍ଷ ପପୁ ପମ୍‌ପମ୍‌ଙ୍କୁ ଦର୍ଶକମାନେ ଦୁଇଟି ଫିଲ୍ମରେ ହିରୋ ଭାବେ ଦେଖିବାକୁ ପାଇବେ। ଏଥିମଧ୍ୟରୁ ପ୍ରଥମଟି ହେଲା ‘ଗାଁର ନାଁ ଗାଲୁଆପୁର’ । ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଜଣାଶୁଣା ନିର୍ଦ୍ଦେଶକ ଜିତେନ୍ଦ୍ର ମହାପାତ୍ର । ସମ୍ପ୍ରତି ଶତପଥୀଙ୍କ ପ୍ରଯୋଜିତ ‘ଗାଁର ନାଁ ଗାଲୁଆପୁର’ରେ କିଏ ପପୁ ପମ୍‌ପମ୍‌ଙ୍କ ବିପକ୍ଷରେ ନାୟିକା ହେବେ ତାହା ଜଣାପଡ଼ିନାହିଁ । ଏଣେ ପପୁ ପମ୍‌ପମ୍‌ଙ୍କ ଆଉ ଏକ ସିନେମା ‘ମିଷ୍ଟର କହ୍ନେୟା’ ରିଲିଜ୍‌ ଅପେକ୍ଷାରେ ରହିଛି । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ପପୁ । ଏହି ଫିଲ୍ମରେ ପପୁ ପମ୍‌ପମ୍‌ଙ୍କୁ ପୁଣି ମିଳିଛନ୍ତି ଜଣେ ବଙ୍ଗୀୟ ନାୟିକା । ଏଥର ପପୁଙ୍କ ପାର୍ଟନର ବନିଛନ୍ତି ବଙ୍ଗୀୟ ନାୟିକା ଝିଲିକ୍‌ । ସୀତାରାମ ଅଗ୍ରୱାଲ ଏହାର ନିର୍ମାତା ଏବଂ ରମେଶ ରାଉତ ନିର୍ଦ୍ଦେଶକ । ଗତବର୍ଷ ଏହା ପରଦାକୁ ଆସିବାର ଥିଲା, ମାତ୍ର ଫିଲ୍ମକୁ ନେଇ ବିବାଦ ଉପୁଜିବାରୁ ଏହା ପରଦାକୁ ଆସିନଥିଲା । ଏବର୍ଷ ଏହା ରିଲିଜ୍‌ ହେବ ବୋଲି ଆଶା କରାଯାଉଛି । ପପୁ ଆଗରୁ ‘ରଙ୍ଗିଲା ଟୋକା’, ‘ଚଉକାଛକା’ ଏବଂ ‘ଆମେ ତ ଟୋକା ଷଣ୍ଢମାର୍କା’ରେ ନାୟକ ଭୂମିକାରେ ଅଭିନୟ କରିସାରିଛନ୍ତି । ତା’ଛଡ଼ା ସେ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ଜୋକର୍‌’ରେ ବି ନାୟକ ବନିଥିଲେ, ଯାହା ଅଧାରେ ଅଟକି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ