ଦୁଇଟି ବେଆଇନ ବାଲି ବୋଝେଇ ହାଇୱା ଜବଦ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଏବେ ଜିଲ୍ଲାପାଳ ଙ୍କ ନିର୍ଦେଶ ରେ ବନ୍ଦ ଅଛି ସମସ୍ତ ବାଲି ଘାଟ। ତଥାପି କିଛି ମାଫିଆ ଏହି ନିର୍ଦେଶ କୁ ନମାନି ବାଲି ପରିବହନ କରୁଛନ୍ତି। ଗତକାଲି ରାତିରେ ବେଆଇନ ବାଲି ବୋଝେଇ ଦୁଇଟି ହାଇୱା ଟ୍ରକକୁ ଜବଦ କରିଛି ନନ୍ଦିପଦା ପୁଲିସ। ଗତକାଲି ବିଳମ୍ବିତ ରାତିରେ ହାଇୱା ଦୁଇଟି ବୈତରଣୀ ନଦୀରୁ ବାଲି ବୋଝେଇ କରି ଓରାଳି-ଶାଳଣିଆ ରାସ୍ତାରେ ଆସୁଥିବା ବେଳେ ଚମାରତୀରା ନିକଟରେ ନନ୍ଦିପଦା ପୁଲିସ ଗାଡି ଦୁଇଟିକୁ ଅଟକାଇ କାଗଜପତ୍ର ମାଗିଥିଲେ। ଉପଯୁକ୍ତ କାଗଜପତ୍ର ଦେଖାଇ ନପାରିବାରୁ ଦୁଇଟି ଯାକ ହାଇୱାକୁ ଅଟକ ରଖିଥିବା ଜଣାଯାଇଛି।


