ଦୁଇଟି ମନ୍ଦିରରୁ ଦାନବାକ୍ସ ଭାଙ୍ଗିଲୁଟ୍
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଳକର ମଠ-କୃଣ୍ଡିସାହି ସ୍ଥିତ ଦୁଆରଶୁଣି ମନ୍ଦିର ଓ ସୋସୋ ହନୁମାନ ମନ୍ଦିରର ଦାନବାକ୍ସ ଭାଙ୍ଗିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦୁଆରଶୁଣି ମନ୍ଦିର କବାଟର ତାଲାକୁ କାଟି କେହି ଦୁର୍ବୁତ ମନ୍ଦିର ଭିତରେ ଥିବା ଦାନବାକ୍ସ କୁ ଭାଙ୍ଗି ଦାନଟଙ୍କା ଲୁଟି ନେଇଛନ୍ତି। ମନ୍ଦିର ପରିଚାଳନା କମିଟ ପକ୍ଷରୁ ଏନେଇ ନନନ୍ଦିପଦା ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସେହିପରି ଗତକାଲି ବିଳମ୍ବିତ ରାତିରେ ସୋସୋ ବସଷ୍ଟାଣ୍ଡ ଛକରେ ଥିବା ହନୁମାନ ମନ୍ଦିର ଦାନବାକ୍ସ କୁ ଭାଙ୍ଗି ତା ଭିତରେ ଥିବା ଦାନ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ସ୍ଥାନୀୟ ଲୋକମାନେ ଏହା ଦେଖି ତୁରନ୍ତ ସୋସୋ ଥାନାରେ ଅଭିଯୋଗ କରିବାପରେ ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।