ଦୁଇଟି ଲୁଟ ଘଟଣାରେ ଛତ୍ରପୁର ପୋଲିସ କୁ ମିଳିଲା ସଫଳତା

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ଥାନା ଅନ୍ତର୍ଗତ ସହରରେ ଗତ ଅଗଷ୍ଟ ଓ ଡିସେମ୍ବରରେ ହୋଇଥିବା ଦୁଇ ସୁନା ଅଳଙ୍କାର ଲୁଟ୍ ଘଟଣାର ଗରିଫ ଅଭିଯୁକ୍ତ ବ୍ରହ୍ମପୁର ର ଶିବ ମହାନ୍ତିଙ୍କୁ ୨ ଦିନ ରିମାଣ୍ଡରେ ସ୍ଥାନୀୟ ପୋଲିସ ଆଣିଥିଲେ । ଶୁକ୍ରବାର ତାଙ୍କ ରିମାଣ୍ଡ ଅବଧି ସରିଛି । ତେବେ ଅଭିଯୁକ୍ତ ଶିବଙ୍କୁ ରିମାଣ୍ଡରେ ଆଣିବା ଫଳରେ ଛତ୍ରପୁର ଥାନା ପୋଲିସକୁ ବେଶ୍ ସଫଳତା ମିଳିଛି । ରିମାଣ୍ଡରେ ଆଣି ଶିବକୁ ଗୁରୁବାର ଛତ୍ରପୁର ପୋଲିସ ଚୋରି ସୁନା ଅଳଙ୍କାର ଆଦି ଜବତ ପାଇଁ ବିଭିନ୍ନ ସ୍ଥାନକୁ ନେଇଥିଲା । ଭାଟକୁମରଡା ସ୍ଥିତ ଦୁଇତାଲା ଘରୁ ମହିଳାଙ୍କ ବେକରୁ ଚୋରି ଯାଇଥିବା ସୁନା ଅଳଙ୍କାର କୁ ଶିବ ଜବତ କରିବାରେ ପୋଲିସକୁ ସହାୟତା କରିଥିଲା । ଏଥିସହ ଶିବ ର ଅନ୍ୟତମ ସହଯୋଗୀ ତଥା ଫେରାର ସୁରଜ ପାଢୀ ର ଏକ ବାଇକକୁ ମଧ୍ୟ ପୋଲିସ ଜବତ କରିଛି । ତେବେ ଏହା ଏକ ଚୋରି ବାଇକ୍ ବୋଲି ପୋଲିସ ତଦନ୍ତ ପରେ ଜାଣିବାକୁ ପାଇଛି । ଜବତ ସୁନା ଚେନ୍ କୁ ଚୋରୀ ର ଶୀକାର ମହିଳାଙ୍କୁ ହସ୍ତାନ୍ତର କରାଯିବ ବୋଲି ଶୁକ୍ରବାର ଅପରାହ୍ନରେ ଛତ୍ରପୁର ଥାନା ଆଇଆଇସି ପ୍ରିୟସ ରଂଜନ ଛୋଟରାୟ ସୂଚନା ଦେଇଛନ୍ତି । ସିସି କ୍ୟାମେରା ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା ମିଳିଥିôବା ଥାନା ଅଧିାକରୀ ଶ୍ରୀ ଛୋଟରାୟ କହିଛନ୍ତି । ଖୁବଶୀଘ୍ର ଅନ୍ୟତମ ସହଯୋଗୀ ସୁରଜଙ୍କୁ ଗିରଫ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ସୁରଜ ଓ ଶିବ ଜ୍ୱାଇଁ ଶଳା । ଶିବ ମହାନ୍ତି ର ଘର ବ୍ରହ୍ମପୁର ବଡବଜାର ଥାନା ଅଧିନ କ୍ରିଷ୍ଣା ପେଟା ସାହି ରେ ଏବଂ ସୁରଜ ପାଢୀ ର ଘର ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧିନ ଲାଂଜିପଲୀ ଅଂଚଳରେ ଏବଂ ଉଭୟ ମିଶି ଚୋରି କରିଥାନ୍ତି । ଚୋରି ବେଳ ଏମାନେ ମୋବାଇଲ୍ ଫୋନ୍ ବ୍ୟବହାର କରିନଥାନ୍ତି । ଏଥିସହ ଚୋରା ଗାଡି ବ୍ୟବହାର କରି ସୁନା ଅଳଙ୍କାର, ଟଙ୍କା ଲୁଟ୍ ଆଦି କରିଥାନ୍ତି । ସୂରଜ ଚୋରି କରୁଥିବା ବେଳେ ବାଇକ୍ ଶିବ ଚଳାଇ ଉଭୟ ଚମ୍ପଟ ମାରିଥାନ୍ତି । ଉଭୟଙ୍କ ନାଁରେ ବ୍ରହ୍ମପୁର ର ବିଭିନ୍ନ ଥାନାରେ ୩୦ ରୁ ଉର୍ଦ୍ଧ୍ୱ ଅପରାଧ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସ ର କହିବାନୁଯାୟୀ ବ୍ରହ୍ମପୁରରେ ବିଭିନ୍ନ ଅପରାଧିକ ମାମଲା ରେ ଜଡିତ ହେବା ପରେ ଶିବ ଓ ସୁରଜ ଛତ୍ରପୁର ଥାନା ଅଂଚଳରେ ୬ ମାସ ମଧ୍ୟରେ ୨ ଟି ଚୋରି କରିଥିବା ଅଭିଯୋଗ ହୋଇଥିଲା । ତେବେ ୨୦୨୦ ଡିସେମ୍ବର ୧୪ ତାରିଖରେ ସ୍ପଷ୍ଟ ଦିବାଲୋକରେ ପାତ୍ର ସାହି ନିକଟରୁ ଜାମସେଦପୁରର ଆଶାଦେବୀଙ୍କ ସୁନାଚେନ୍ ଓ ମାଳି ଝାମ୍ପି ସୁରଜ ଓ ମୁଁ ଚୋରି କରିଥିବା ନେଇ ଶିବ ଗଣମାଧ୍ୟମ ଆଗରେ ମାନିଛନ୍ତି । ତେବେ ଅଗଷ୍ଟ ୨୬ ତାରିଖ ରାତିରେ ଶିବ ଛତ୍ରପୁର କୋର୍ଟ ଷ୍ଟେସନ ଗଳାଶଙ୍ଖ ନିକଟରେ ମା ଶରଳା ସୁନା ଦୋକାନୀ ଶରତ ସାହୁ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ଙ୍କୁ ଆକ୍ରମଣ କରି ସୁନା , ରୁପା ଓ ଟଙ୍କା ନେଇଥିବା ମିଥ୍ୟା ବୋଲି ଶିବ କହିଛି । ତେବେ ପୂର୍ବ ରାଗ ଶୁଝାଇବାକୁ ଯାଇ ସୁନାଦୋକାନୀ ଶରତଙ୍କୁ ଆକ୍ରମଣ କରିଥିବା ଶିବ ସ୍ୱୀକାର କରିଛି । ଛତ୍ରପୁର ପରେ ସୂରଜ ଓ ଶିବ ହିଂଜିଳି ରେ ମଧ୍ୟ ଏକ ସୁନା ଅଳଙ୍କାର ଲୁଟ୍ କରିଥିଲେ ଏବଂ ପୋଲିସ ଚୋରି ସୁନା ଅଳଙ୍କାର ଜବତ କରିସାରିଛି । ଏହାପରେ ଉଭୟ ଖୋର୍ଦ୍ଧା ଜିଲା ବାଲୁଗାଁ ଥାନା ଅଧିନ ଚିଲିକା ଢାବାକୁ କାର୍ ରୁ ଓହ୍ଲାଇ ଖାଇବାକୁ ଯାଉଥିବାବେଳେ ଜଣଙ୍କ ଠାରୁ ଲୁଟ୍ କରିଥିଲେ । ତେବେ ତଳେ ପଡିଯିବାରୁ ଶିବ ପୋଲିସ ହାତରେ ଧରାପଡିଥିବା ବେଳେ ସୂରଜ ସେଠାରୁ ଚମ୍ପଟ ମାରିବାରୁ ସେ ଏଯାବତ ଧରାପଡିନି । ଅଧିକ ତଦନ୍ତ ପାଇଁ ଚିଲିକା ଜେଏମଏଫସି କୋର୍ଟରେ ଛତ୍ରପୁର ପୋଲିସ ଗତ ୧୧ତାରିଖ ଦିନ ରିମାଣ୍ଡ ରେ ନେବା ନିମନ୍ତେ ଆବେଦନ କରିଥିଲୋ ୧୭ତାରିଖରେ କୋର୍ଟର ଅନୁମତି ପାଇ ଶିବକୁ ବାଣପୁର ଜେଲ ରୁ ଛତ୍ରପୁର ଥାନା ପୋଲିସ ଦୁଇଦିନିଆ ରିମାଣ୍ଡରେ ଆଣିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ