ଦୁଇଟି ସର୍ଜରି ପରେ ୩୦୦ରୁ ୮୬ କିଲୋକୁ ହ୍ରାସ ପାଇଲା ମହିଳାଙ୍କ ଓଜନ
ମୁମ୍ବାଇର ବସାଇରେ ରହୁଥିବା ଅମିତା ରଜାନୀଙ୍କ କାହାଣୀକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ୩୦୦ କିଲୋରୁ ୮୬ କିଲୋ ପର୍ଯ୍ୟନ୍ତ ଯାତ୍ରା ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି । ୩୦୦ କିଲୋ ଓଜନର ହୋଇ ସେ ଏସିଆର ସବୁଠାରୁ ଓଜନଦାର ମହିଳା ଭାବେ ଦାବି କରୁଥିବାବେଳେ ଏବେ ସର୍ଜରି ଜରିଆରେ ତାଙ୍କର ଓଜନକୁ ୮୬ କିଲୋ କରାଇବାରେ ସଫଳ ହୋଇଛନ୍ତି । ୪ ବର୍ଷର ପରିଶ୍ରମ ଏବଂ ୨ଟି ସର୍ଜରି ପରେ ଅମିତା ଏବଂ ତାଙ୍କ ଡାକ୍ତରଙ୍କୁ ଏହି ସଫଳତା ମିଳିପାରିଛି ।
ଅମିତାଙ୍କୁ ସର୍ଜରି କରିଥିବା ଡାକ୍ତର ଶଶାଙ୍କ ଶାହା କହିଛନ୍ତି ଯେ, ଅମିତାଙ୍କ ଓଜନ ସର୍ଜରି ପୂର୍ବରୁ ୩ ଶହ କିଲୋ ଥିଲା । ସେ ଏସିଆର ସବୁଠାରୁ ଓଜନଦାର ମହିଳା ଥିଲେ । ପ୍ରଥମ ସର୍ଜରି ପରେ ତାଙ୍କ ଓଜନ ୧୪୦ କିଲୋ ହୋଇଯାଇଥିଲା । ଦ୍ୱିତୀୟ ସର୍ଜରି କରାଯିବା ପରେ ତାଙ୍କର ଓଜନ ୮୬ କିଲୋ ରହିଛି । ତାଙ୍କର ପୂର୍ବ ଓଜନକୁ ଆଖି ଆଗରେ ରଖି ଅମିତାଙ୍କ ନାଁ ଲିମ୍କା ବୁକ୍ ଅଫ୍ ରେକର୍ଡସ୍ରେ ସାମିଲ୍ ପାଇଁ ଆବେଦନ କରାଯାଇଥିବା କହିଛନ୍ତି ଡାକ୍ତର ଶଶାଙ୍କ ।