ଦୁଇଟି ସ୍ଥାନରୁ ଚୋରା ମଦ ଜବତ ଦୁଇ ଗିରଫ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବର୍ତ୍ତମାନ ଦଣ୍ଡ ଯାତ୍ରା ଚାଲିଥିବା ସମୟରେ ବିଭିନ୍ନ ସ୍ଥାନରେ ଚୋରା ଦେଶୀ ଏବଂ ବିଦେଶୀ ମଦ ବିକ୍ରି ହେଉଥିବା ନେଇ ପୋଲିସ୍ ଖବର ପାଇବା ପରେ ବେଲଗୁଣ୍ଠା ପୋଲିସ୍ ଦୁଇଟି ସ୍ଥାନରେ ଚଢ଼ାଉ କରି ଦେଶୀ ଏବଂ ବିଦେଶୀ ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି ଦୁଇଟି ମାମଲା ରୁଜୁ କରିଥିବା ଜଣାପଡିଛି I ଶନିବାର ରାତ୍ର ନଅ ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜିଲିବା ଗ୍ରାମର ବାଳକୃଷ୍ଣ ସ୍ୱାଇଁ ବିଏଲ୍ଏସ୍ ପୁର ପୋଖରୀ ହିଡ଼ରେ ମଦ ବିକୁଥିବା ଖବର ପାଇବା ପରେ ବେଲଗୁଣ୍ଠା ପୋଲିସ୍ ଚଢ଼ାଉ କରିଥିଲେ I ବାଳକୃଷ୍ଣ ଠାରୁ ୧୫ ଲିଟର୍ ବିୟର୍, ରମ୍ ଏବଂ ହ୍ୱିସ୍କି ବିଦେଶୀ ମଦ ଜବତ କରିବା ସହ 188/25 ରେ ଏକ ମାମଲା ରୁଜୁ କରି ବାଳକୃଷ୍ଣକୁ ଗିରଫ କରିଥିଵା ଥାନା ଅଧିକାରୀ ବନବିହାରୀ ପ୍ରଧାନ ପ୍ରକାଶ କରିଛନ୍ତି I ସେହିପରି ରାତ୍ର ଆଠ ଘଣ୍ଟା ତିରିଶ ମିନଟ୍ ସମୟରେ ମଙ୍ଗଳପୁର ଛକରେ ସେହି ଗ୍ରାମର ଲଡ଼ୁ କିଶୋର ଦାସ ନାମଙ୍କ ଜଣେ ଦେଶୀମଦ ବିକୁଥିବା ନେଇ ଖବର ପାଇବା ପରେ ପୋଲିସ୍ ସେଠାରେ ଚଢାଉ କରି ୪ ଲିଟର୍ ଦେଶୀମଦ ଜବତ କରିବା ସହ 187/25 ରେ ଏକ ମାମଲା ରୁଜୁ କରି ଲଡ଼ୁ କିଶୋରକୁ ଗିରଫ କରିଥିବା ଥାନା ଅଧିକାରୀ ବନବିହାରୀ ପ୍ରଧାନ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ