ଦୁଇଦିନରେ ହାଟଡିହି ବ୍ଲକରୁ ପୁଣି ୬ପଜେଟିଭ ଚିହ୍ନଟ
ହାଟଡିହି,(ଓ୍ବାଇଏନ୍ଏସ୍); ହାଟଡିହି ବ୍ଲକରେ ଦୁଇଦିନ ଭିତରେ ପୁଣି ୬ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୯ରେ ପହଞ୍ଚିଛି । ଗତକାଲି ଡଅଁର ଓ ମରୈଗାଁରେ ଦୁଇଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ଆଜି ଶାସଙ୍ଗ ପଞ୍ଚାୟତରେ ୩ଜଣ ଓ ପଞ୍ଚୁଗୋଛିଆ ପଞ୍ଚାୟତରେ ଜଣେ ଏପରି ମୋଟ ୪ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନେ ପୁର୍ବ ସଂକ୍ରମିତଙ୍କ ସଂଷ୍ପର୍ଶରେ ଆସିଥିବା ଜଣାଯାଇଛି । ରିପୋର୍ଟ ଆସିବାପରେ ସମସ୍ତଙ୍କୁ କୋଭିଡ-୧୯ ହସପିଟାଲକୁ ପଠାଯିବାର ବ୍ୟବସ୍ଥା କରାଯାଉଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି ।